Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢ଼ାଉ: ୧୬୦୦ କେଜି ପୋଚ ନଷ୍ଟ, ବିପୁଳ ପରିମାଣର ଦେଶୀ- ବିଦେଶୀ ମଦ ଜବତ, ୩ ଗିରଫ

18/04/2021 at 4:50 PM

ରାଇରଙ୍ଗପୁର ୧୮/୪:  ରାଇରଙ୍ଗପୁର ଏସଡିପିଓଙ୍କ ମୋବାଇଲ ପୋଲିସ ସ୍କ୍ବାଡ୍‌  ଏବଂ ଅବକାରୀ ବିଭାଗ ତରଫରୁ ମିଳିତ ଭାବେ ଆଜି ସକାଳୁ  ବିଭିନ୍ନ ସ୍ଥାନରେ  ଚଢ଼ାଉ କରାଯାଇ  ବହୁ ପରିମାଣରେ ରନ୍ଧା ମଦ ସାମଗ୍ରୀ, ପୋଚ, ଦେଶୀମଦ, ବିୟର, ବିଦେଶୀ ମଦ ଜବତ କରିବା ସହ ୩ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି ।

ସୂଚନାଯୋଗ୍ୟ ଯେ  ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନଦୀ ନାଳ ଜଙ୍ଗଲ ଘେରା ପିଠାକୁଟୁଣୀରେ ଦେଶୀମଦ ରନ୍ଧା ପ୍ରସ୍ତୁତ କରାଯାଉଥିବା ଖବର ପାଇ ରାଇରଙ୍ଗପୁର ଏସଡିପିଓ ଗାୟତ୍ରୀ ପ୍ରଧାନଙ୍କ ନେତୃତ୍ବରେ ଏକ ମୋବାଇଲ ପୋଲିସ ସ୍କ୍ବାଡ ଏବଂ ରାଇରଙ୍ଗପୁର ଅବକାରୀ ବିଭାଗ ଓଆଇସି ହରିହର ସିଂଙ୍କ ନେତୃତ୍ବରେ ଅବକାରୀ ବିଭାଗ ତରଫରୁ ଘଟଣାସ୍ଥଳରେ ଅତର୍କିତ ଚଢ଼ାଉ କରାଯାଇଥିଲା । ଘଟଣାସ୍ଥଳରୁ ଚୋରା ମଦ ମାଫିଆ ପୋଲିସକୁ ଦେଖି ଜଙ୍ଗଲ ଭିତରକୁ ପ୍ରାଣ ବିକଳରେ ଖସି ପଳାଇଥିଲେ ।

ସେଠାରୁ ୧୬୦୦ କେଜି ପୋଚ ନଷ୍ଟ କରାଯାଇଥିବା ବେଳେ ବହୁ ରନ୍ଧା ସାମଗ୍ରୀ ନଷ୍ଟ କରାଯାଇଥିଲା । ଘଟଣାସ୍ଥଳରୁ ୮୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଥିଲା । ସେହିଭଳି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଣକାଟି ଗ୍ରାମର ପୁରେନ୍ଦ୍ର ସିଂ ଘରେ ଚଢ଼ାଉ କରାଯାଇ ୧୯ ଲିଟର ବିୟର ଏବଂ ୪.୫୦୦ ଲି ବିଦେଶୀ ମଦ ଜବତ କରାଯିବା ସହ ତାଙ୍କ ନାମରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି । ସେହିଭଳି ବାଦାମ ପାହାଡ଼ ଥାନା ଅନ୍ତର୍ଗତ ମୁରୁମଡିହି ଗ୍ରାମର ମଙ୍ଗଳ ଟୁଡୁଙ୍କ ଘରେ ଚଢ଼ାଉ କରାଯାଇ ୧୫.୬୦୦ ଲିଟର ବିୟର ଜବତ କରାଯାଇ ଗିରଫ କରାଯାଇଥିବା ବେଳେ ଖଣ୍ଡା ଡେରା ଗ୍ରାମର ଲକ୍ଷ୍ମୀ ମଣି ସୋରେନଙ୍କ ଘରୁ ୧୦ ଲି ବିୟର ଜବତ କରାଯାଇ ଗିରଫ କରାଯାଇଛି ।

   Related Posts