ଖୋଲିବ କି ACFO ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ : କାର୍ଯ୍ୟାଳୟରେ ଡିଏଫଓଙ୍କୁ ଚାଲିଛି ଜେରା

Published By : Prameya-News7 Bureau | July 23, 2021 IST

ଗଜପତି ୨୩।୭: ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା ତଦନ୍ତ ପାଇଁ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ । କାର୍ଯ୍ୟାଳୟରେ ଡିଏଫଓଙ୍କୁ ଚାଲିଛି ପଚରାଉଚରା । କଡା ସୁରକ୍ଷାବଳୟ ମଧ୍ୟରେ ନିଜ ସରକାରୀ ବସଭବନରୁ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଡିଏଫଓ । ପୂର୍ବରୁ ତାଙ୍କ କାର୍ଯ୍ୟାଳୟରେ ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚିସାରିଥିଲେ । ଡିଏଫଓଙ୍କୁ ଜେରା ପରେ କିଛି ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି ।

ସେପଟେ ସାମ୍ନାକୁ ଆସିଛି ଏସିଏଫଓ ସୌମ୍ୟରଞ୍ଜନଙ୍କ ହାତଲେଖା ଚିଠି । ହାତ ଲେଖାରେ ଅନେକ କଥା ଲେଖିଛନ୍ତି ସୌମ୍ୟରଞ୍ଜନ । ଫେବ୍ରୁଆରୀ ୨୨ ଓ ୨୩ରେ ଏହି ଚିଠି ଲେଖିଛନ୍ତି ସୌମ୍ୟରଞ୍ଜନ । ତାଙ୍କ ଲେଖାରେ ରହିଛି- ‘ମୁଁ କେବଳ ତୁମଠାରୁ ଜଣେ ଭଲ ପତ୍ନୀ ଓ ଜଣେ ବନ୍ଧୁର ବ୍ୟବହାର ଆଶା କରେ । ମୁଁ ମୋ ଚାକିରୀରୁ ଇସ୍ତଫା ଦେଇ ତୁମର ଚାକର ହୋଇ ରହିବି। ମୋତେ କେବଳ ତୁମ ପାଦ ତଳେ ଟିକେ ଜାଗା ଦିଅ।’ ଏହି ଡାଏରୀ ୨୦୨୧ ଫେବୃଆରୀ ୨୩ ତାରିଖରେ ଲେଖାଯାଇଥିବା ଜଣାଯାଇଛି।

ଏହାସହ ୨୦୨୧ ଫେବୃଆରୀ ୨୨ ତାରିଖରେ ଉକ୍ତ ଡାଏରୀରେ ଆଉ ଏକ ପ୍ରସଙ୍ଗ ଲେଖା ହୋଇଛି, ‘ତୁମେ ଯାହା ଚାହିଁବ ମୁଁ ସେ ବ୍ୟବସ୍ଥା କରିଦେବି। ଏହାପରେ ଯଦି କିଛି ଘଟେ ମୋର କିଛି କରିବାର ନାହିଁ। ଯାହା ନିଷ୍ପତ୍ତି ନେବ ସ୍ବାଧୀନ ଭାବେ ନେଇପାରିବ । ଯଦି ମୁଁ ବାଧା ଦିଏ, ସିଏ ମୋ ନାଁରେ ଘରୋଇ ହିଂସା ମାମଲା କରିପାରେ।’

ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ଇତି ମଧ୍ୟରେ ୧୧ଦିନ ବିତିବାକୁ ବସିଥିବା ବେଳେ ତାଙ୍କ ଡାଏରୀରୁ ମିଳିଛି ଏପରି ଚାଞ୍ଚଲ୍ୟକର ତଥ୍ୟ । ଏହି ଡାଏରୀ ୨୦୨୧ ଫେବୃଆରୀ ୨୩ ତାରିଖରେ ଲେଖାଯାଇଥିବା ଜଣାଯାଇଛି। ଉଭୟଙ୍କ ବୈବାହିକ ସମ୍ପର୍କ ଠିକ୍‌ ନଥିବା ଏହି ଲେଖାରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.