ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ, ଛତ୍ରଭଙ୍ଗ ଦେଲେ ୧୫-୨୦ନକ୍ସଲ

Published By : Prameya-News7 Bureau | October 19, 2020 IST

ଜୟପୁର ୧୯।୧୦: ସେନାବାହିନୀଙ୍କୁ ବଡ଼ ଧରଣର ସଫଳତା । କୋରାପୁଟ-ମାଲକାନଗିରି ଜିଲ୍ଲା ସୀମାନ୍ତ ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।

{"id":347024,"sizeSlug":"large"}

ଖବର ଅନୁଯାୟୀ, କୋରାପୁଟ-ମାଲକାନଗିରି ସୀମାନ୍ତ ମାଛକୁଣ୍ଡ ଥାନା ଅନ୍ତର୍ଗତ ସୀମାନ୍ତ ଜଙ୍ଗଲରେ ୧୫ରୁ ୨୦ ଜଣ ନକ୍ସଲ ଏକାଠି ହୋଇଥିବା ଖବର ମିଳିଥିଲା  ଏତେ ପରିମାଣର ମାଓବାଦୀ ଲୁଚିରହିଥିବାର ଖବର ପାଇ କୋରାପୁଟ ପୋଲିସ , DVF ଓ BSF ତରଫରୁ ମିଳିତ ଭାବେ ଅପରେସନ କରାଯାଇଥିଲା । କିନ୍ତୁ ପୋଲିସ ଓ ଯବାନଙ୍କ ଅପରେସନ ପୂର୍ବରୁ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ । ନକ୍ସଲମାନେ ଘଟଣାସ୍ଥଳରୁ ଖସିଯାଇଥିବା ବେଳେ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଠାବ ହୋଇଛି ।

{"id":347025,"sizeSlug":"large"}

ତେବେ ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ  ମାଓ ପୁସ୍ତିକା , ଫ୍ଳାସ ଲାଇଟ ଓ ମାଓ କ୍ୟାଡେରଙ୍କ ଫଟୋ ରହିଛି। ସେହିପରି ଜବତ ହୋଇଥିବା ବିସ୍ଫୋରକକୁ ମାଓବାଦୀମାନେ ମାଟି ତଳେ ଲୁଚାଇ ରଖିଥିଲେ । ଯାହାକୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ଉଦ୍ଦ୍ୟେଶ ରଖାଯାଇଥିବା କୋରାପୁଟ ଏସ୍‌ପି ମୁକେଶ କୁମାର ଭାମୁ ପ୍ରେସ୍‌ମିଟରେ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.