Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ମୃତ ସ୍ମିତାରାଣୀଙ୍କ କାର୍ଯ୍ୟାଳୟ ଓ ବାସଭବନର ତାଲା ଭାଙ୍ଗିଲା ପ୍ରଶାସନ, କାଗଜ ପତ୍ର ଯାଞ୍ଚରୁ ମିଳିପାରେ ନୂଆ ସୁରାକ!

16/11/2019 at 2:45 PM

ଯାଜପୁର ୧୬|୧୧: ଯାଜପୁର  ଜିଲ୍ଲା ହରିଦାସ ପୁର ସ୍ମିତାରାଣୀ ମୃତୁ ଘଟଣାରେ ଆଜି ତଦନ୍ତ ାଉ ପାଦେ ଆଗକୁ ବଡିଛି । ଉପଜିଲ୍ଲା ପାଳଙ୍କ ନିର୍ଦେଶ କ୍ରମେ ସ୍ମିତାରାଣୀଙ୍କ କାର୍ଯ୍ୟାଳୟ ବା ହରିଦାସ ପୁର ପଞ୍ଚାୟତ କାର୍ଯ୍ୟାଳୟ ସହ ସ୍ମିତାରାଣୀ ଙ୍କ ସରକାରୀ ବାସଭବନର ତାଲା ଭଙ୍ଗାଯାଇଛି ।   ବ୍ଲକ ପରିସରରେ ଥିବା ଏହି କାର୍ଯ୍ୟାଳୟର  ତାଲା ଭଙ୍ଗା ଯିବାର ସୂଚନା ମିଳିଛି । ପୋଲିସି ଓ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ତାଲା ଭଙ୍ଗାଯାଇଥିବାବେଳେ ସରକାରୀ କାଗଜପତ୍ର ଯାଞ୍ଚ କରାଯିବ।

ଏପଟେ ସ୍ମିତାରାଣୀ ପ୍ରସଂଗରେ ଆଜି ବିଧାନସଭାରେ ବିଜେପି ବିଧାୟକମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି ।

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତର ମହିଳା ପଞ୍ଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ବାଳ ଅକ୍ଟୋବର ୧୬ତାରିଖରେ ହିତାଧିକାରୀଙ୍କୁ ମାସିକ ଭତ୍ତା ବଣ୍ଟନ କରିବାକୁ ଯାଇଥିଲେ । ସେ ହରିଦାସପୁର ପଞ୍ଚାୟତ କାର୍ଯ୍ୟାଳୟକୁ ପୂର୍ବାହ୍ନରେ ପ୍ରାୟ ୧୧ଟା ବେଳେ ବ୍ଲକ୍ କାର୍ଯ୍ୟାଳୟରୁ ବାହାରି ହରିଦାସପୁର ଯାଇଥିଲେ ।

ସେଠାରୁ ସରପଞ୍ଚ ମଧୁସ୍ମିତା ଭଦ୍ର ଓ ସ୍ମିତା ଉଭୟ ସରପଞ୍ଚଙ୍କ କାରରେ ଭତ୍ତା ବାଣ୍ଟିବା ନିମନ୍ତେ ଶୁଭଦ୍ରାପୁର ଓ ଚାରିବାଟିଆ ଗ୍ରାମକୁ ଯାଇଥିଲେ । ଭତ୍ତା ଟଙ୍କା ବଣ୍ଟନ ପରେ ପ୍ରାୟ ୧ଟା ୫୦ ମିନିଟରେ ବାପା ସଦାନନ୍ଦଙ୍କୁ ଫୋନ୍ କରି ଘରେ ଥିବା ୪ ବର୍ଷର ଝିଅକୁ ଖାଇବାକୁ ଦେଇ ନିଜେ ଖାଇଦେବାକୁ କହିବା ସହ ସେ ୩ଟା ବେଳେ ଘରେ ପହଞ୍ଚିବେ ବୋଲି କହିଥିଲେ । ପରେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୧ କି.ମି. ଦୂରରେ ସ୍କୁଲ ନିକଟରେ ଥିବା ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସକୁ ମଧ୍ୟାହ୍ନ ଭୋଜନ କରିବାକୁ ଯାଇଥିଲେ ।

ରୂପେଶ ଜଣେ ଠିକାଦାର । ତାଙ୍କର ଏକ ଗେଷ୍ଟ ହାଉସ ପଞ୍ଚାୟତ କାର୍ଯ୍ୟାଳୟଠାରୁ ପ୍ରାୟ ୧ କି.ମି. ଦୂରରେ ରହିଛି । ଗେଷ୍ଟ ହାଉସର ତଳ ମହଲାରେ ରୂପେଶ ଓ ଅନ୍ୟ ସାଥୀମାନେ ଥିବାବେଳେ ସେ ଧୁଆଧୋଇ ନିମନ୍ତେ ଉପର ମହଲାରେ ବେଡ୍ ରୁମ୍ ମଧ୍ୟରେ ଥିବା ଗାଧୁଆ ଘରକୁ ଯାଇଥିଲେ । ମାତ୍ର ବହୁ ସମୟ ଧରି ନଆସିବାରୁ ଉପର ମହଲାକୁ ଯାଇ ସ୍ମିତାଙ୍କୁ ଗେଷ୍ଟ ହାଉସ ବନ୍ଦ କୋଠରୀରୁ କବାଟ ଭାଙ୍ଗି ରୂପେଶ ଓ ଅନ୍ୟମାନେ ଉଦ୍ଧାର କରିଥିଲେ ବୋଲି କୁହାଯାଇଥିଲା  ।

ଫ୍ୟାନ୍ ରେ ଓଢଣୀରେ ଝୁଲନ୍ତା ମୃତଦେହ ଉଦ୍ଧାର କରି ଧର୍ମଶାଳା ମେଡିକାଲ ଆଣିଥିଲେ । ପରେ ପିତା ସଦାନନ୍ଦ ବିଶ୍ବାଳଙ୍କୁ ଫୋନ୍ ଯୋଗେ ମେଡିକାଲ ଆସିବାକୁ ଜଣାଇଥିଲେ । ଖବର ଜଣାପଡିବା ପରେ ମେଡିକାଲ ପରିସରରେ ବ୍ଲକ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ବିଜେଡି ଦଳର ନେତା ଓ କର୍ମୀ, ପଞ୍ଚାୟତର ଲୋକ ଓ ସ୍ଥାନୀୟ ଲୋକଙ୍କ ଗହଳି ଲାଗିଥିଲା ।

ଥାନା ଅଧିକାରୀ ସରୋଜ କୁମାର ସାହୁ ପହଞ୍ଚି ଉଭୟ ରୂପେଶ ଓ ସଦାନନ୍ଦଙ୍କୁ ଧର୍ମଶାଳା ଥାନାକୁ ନେଇ ପଚରାଉଚରା କରିଥିଲେ । ସଦାନନ୍ଦ ଥାନାରେ ଝିଅ ମୃତ୍ୟୁ ସମ୍ପର୍କରେ ଏତଲା ଦେଇଥିଲେ । ପରେ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲାଙ୍କ ଉପସ୍ଥିତରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ଏସଡିପିଓ କେଦାରନାଥ ସାହୁ ମେଡିକାଲ ଆସିବା ସହିତ ହରିଦାସପୁର ଘଟଣା ସ୍ଥଳକୁ ମଧ୍ୟ ଯାଇଥିଲେ ।

ଖବର ପାଇ ମହିଳାଙ୍କ ଶ୍ବଶୁରଘର ଲୋକ ଓ ସ୍ବାମୀ ଇଂ ସୁଶୀଲ ବିଶ୍ବାଳ ମେଡିକାଲରେ ପହଞ୍ଚିଥିଲେ । ଝିଅର ମୃତ୍ୟୁର କାରଣ ସମ୍ପର୍କରେ ସେ ଜାଣିନଥିବା ଓ ଆତ୍ମହତ୍ୟା କରିଥିବା ସହ ଏହାର ତଦନ୍ତ ନିମନ୍ତେ ତାଙ୍କ ପିତା ସଦାନନ୍ଦ ଥାନାରେ ଏତଲା ଦେଇଥିବା ଗଣମାଧ୍ୟମକୁ ବୟାନ ଦେଇଛନ୍ତି । ବିଡିଓ ହେମନ୍ତ କୁମାର ସ୍ବାଇଁ ମଧ୍ୟ ଖବର ପାଇ ମେଡିକାଲରେ ପହଞ୍ଚିଥିଲେ ।  ସ୍ମିତା ଡ୍ୟୁଟିରେ ଥିବାବେଳେ ଏଭଳି ମୃତ୍ୟୁ ଘଟିଥିବା ସେ କହିଥିଲେ । ମାତ୍ର ଏହି ମୃତ୍ୟୁକୁ ନେଇ ସରପଞ୍ଚଙ୍କ ସ୍ୱାମୀ ଓ ସ୍ମିତା ମଧ୍ୟରେ କୌଣସି ଅଘଟଣରୁ ଏହି ଘଟଣା ଘଟିଥାଇ ପାରେ ବୋଲି ପ୍ରଥମେ ଚର୍ଚ୍ଚା ହୋଇଥିଲା ।

ସ୍ମିତା ୨୦୧୨ରେ ଗଡମଧୁପୁର ପଞ୍ଚାୟତ ଭୁବନପୁର ଗ୍ରାମର ସୁଶୀଲ କୁମାର ବିଶ୍ୱାଳଙ୍କୁ ବିବାହ କରିଥିଲେ । ତାଙ୍କର ଗୋଟିଏ ୪ ବର୍ଷର ଝିଅ ଅଛି । ସେ ବିଞ୍ଝାରପୁର ବ୍ଲକର ମଇଦା ପଞ୍ଚାୟତରୁ ଜିଆରଏସ ଭାବରେ ଚାକିରୀ ଆରମ୍ଭ କରିଥିବା ବେଳେ ପଦୋନ୍ନତି ପାଇ ଧର୍ମଶାଳା ବ୍ଲକରେ ଗତ ୪ ବର୍ଷ ହେବ ପିଇଓ ଭାବରେ କାର୍ଯ୍ୟ କରୁଥିଲେ । ସେ ବ୍ଲକ୍ କ୍ବାର୍ଟରରେ ବାପା ଓ ନିଜ ଝିଅଙ୍କ ସହ ରହୁଥିଲେ । ସ୍ୱାମୀ ତାଳଚେରରେ ଚାକିରୀ କରିଛନ୍ତି । ସରକାରୀ କାର୍ଯ୍ୟରେ ଥାଇ କାହିଁକି ଆତ୍ମହତ୍ୟା କଲେ ? ସରପଞ୍ଚଙ୍କ ସହ ଭତ୍ତା ବାଣ୍ଟି ସାରି ଫେରିବା ପରେ ହଠାତ୍ ଆତ୍ମହତ୍ୟା କରିବା ପାଇଁ କାହିଁକି ଚିନ୍ତା କଲେ ?  ଏଭଳି ଅନେକ ପ୍ରଶ୍ନ ସନ୍ଦେହ ସୃଷ୍ଟି କରିଥିଲା ।

ପରବର୍ତ୍ତି ଅବସ୍ଥାରେ ଏହି ସନ୍ଦେହଜନକ ମୃତ୍ୟୁ ଘଟଣା ରାଜନୈତିକ ରୂପ ନେଇଥିଲା । ସ୍ମିତାରାଣୀ ଓ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରାଙ୍କ ମଧ୍ୟରେ ଅତିରିକ୍ତ ବୈବାହିକ ସମ୍ପର୍କ ଥିବା ନେଇ ଆଲୋଚନା ହୋଇଥିଲା । ନିଜେ ଯାଜପୁର ଏସପି ମଧ୍ୟ ଏଭଳି ସୂଚନା ଦେଇ ହରଡଘଣାରେ ପଡିଥିଲେ । ରୂପେଶଭଦ୍ରାଙ୍କ ଗେଷ୍ଟ ହାଉସ ସରକାରୀ ଜମିରେ ବେଆଇନଭାବେ ନିର୍ମାଣ ହୋଇଥିବା ମଧ୍ୟ ପଦାକୁ ଆସିଥିଲା ।

ଶେଷରେ ପୋଲିସ ରୂପେଶ ଭଦ୍ରାଙ୍କୁ ଏହି ଘଟଣାରେ ଗିରଫ କରିଥିଲା । ତେବେ ଘଟଣାର ତଦନ୍ତ ଠିକ ବାଟରେ ଯାଉନଥିବା ବିଜେପି ବରାବର ଅଭିଯୋଗ କରିବାସହ ଘଟଣାର ତଦନ୍ତଭାର ସିବିଆଇକୁ ଦେବାକୁ ଦାବୀ କରିଆସୁଛି । ବିଭିନ୍ନ ପର୍ଯ୍ୟାୟରେ ଏହି ଘଟଣାକୁ ନେଇ ବିଜେପି ଆନ୍ଦୋଳନ କରିଆସିଛି ।

ସ୍ମିତରାଣୀଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭାବନ ତାଲା ଭାଙ୍ଗିବାପରେ ସେଠାରେ ଥିବା କାଗଜପତ୍ରର ଯାଂଚ ଆରମ୍ଭ ହୋଇଛି । ଏଥିରୁ ସ୍ମିତାରାଣୀଙ୍କ ମୃତ୍ୟର କିଛି ରହସ୍ୟ ମିଳିପାରେ ବୋଲି ଆଶା କରାଯାଉଛି ।

   Related Posts