ଶବ ପୋତା ହୋଇଥିବା ଗୁଜବକୁ ନେଇ ପୋଲିସ୍ ଓ ପ୍ରଶାସନ ନାକେଦମ

Published By : Prameya-News7 Bureau | November 17, 2019 IST

କେନ୍ଦୁଝର ୧୭।୧୧ - ଅଜଣା  ବ୍ୟକ୍ତିଙ୍କ  ମୃତଦେହ କୁ କେହି କଲେଜ ପଛରେଥିବା ପଡିଆ ଠାରେ ପୋତି ଦେଇଥିବା ଖବର ଆଜି  ସକାଳୁ ସ୍ଥାନୀୟ ଅଞ୍ଚଳରେ ବିଜୁଳି ବେଗରେ ବ୍ୟାପିଥିଲା  । ଏପରିକି କେହିକେହି କହୁଥିଲେ ଘଟଣା ସ୍ଥଳରେ ଏକ ମେସିନ୍ ଠିଆ ହୋଇଥିଲା,  ହେଲେ ମେସିନ୍ କିମ୍ବା ଅପରେଟର ଏବେ ଦେଖା ମିଳୁନାହିଁ । ପୋତା ହୋଇଥିବା ମୃତ ବ୍ୟକ୍ତିର ହତ୍ୟାକାଣ୍ଡରେ ସଂପୃକ୍ତ ଅପରେଟରର ହାତ ରହିଥିବା ଆଲୋଚନା ହେଉଥିଲା ।

ହାଟଡିହି ବ୍ଲକ୍ ସଢଙ୍ଗ କଲେଜ ପଛରେ ଥିବା ପଡିଆରେ ଏଭଳି ଏକ ଘଟଣା କୁ ନେଇ  ସ୍ଥାନୀୟ ଅଞ୍ଚଳରେ ଗୁଜବ ପ୍ରଚାରିତ ହୋଇଥିଲା । ତୁରନ୍ତ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶନାରେ ହାଟଡିହି ଅତିରିକ୍ତ ତହସିଲଦାରଙ୍କୁ  ମାଜିଷ୍ଟ୍ରେଟ ଭାବେ ନିଯୁକ୍ତି କରାଯାଇ  ଘଟଣା ସ୍ଥଳକୁ ପଠାଯାଇଥିଲା । ସାଙ୍ଗରେ ନନ୍ଦିପଦା ଆଇଆଇସି ଙ୍କ ସହ ପୁର ପୋଲିସ ଟିମ୍ଘଟଣା ସ୍ଥଳରେ ପହଞ୍ଚିଥିଲେ । କଲେଜ ପଛରେଥିବା ପଡିଆର  ଏକ  ଉଚ୍ଚା ସ୍ଥାନରେ ଜେସିବି  ମେସିନ୍ ରେ ଖୋଳା ହୋଇଥିଲା । ହେଲେ ସେଥିରୁ ଶବ  ତ ବାହାରି ନଥିଲା,  ହେଲେ କେତେଗୁଡ଼ିଏ  ଏସ୍ପାରି ସରକାରୀ ମେଡିସିନ ବାହାରିଥିଲା । ମେଡିସିନ ଗୁଡିକ ପୋଡାହୋଇ କେହି ସେଠାରେ ପୋତି ଦେଇଥିବା ଜଣାପଡିଥିଲା । ତେବେ ଏତେଗୁଡିଏ ଏସ୍ପାରି ମେଡିସିନ୍ ସେଠାରେ କେଉଁ ପରିସ୍ଥିତିରେ ରେ ପୋତା ହେଲା ତାକୁନେଇ ଏବେ ତଦନ୍ତ କରୁଛି ପୋଲିସ । ଏକ୍ସପାରି ମେଡିସିନ ଗୁଡିକ  କେଉଁ ସ୍ବାସ୍ଥ୍ୟ କେନ୍ଦ୍ରର ଓ ତାହା ସରକାରି ନିୟମ ଅନୁଯାୟୀ ଡିସ୍ପୋଜାଲ ହୋଇଛି କି ନାହିଁ?  ତାକୁ ନେଇ ଏବେ ଖୋଳତାଡ ଆରମ୍ଭ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.