ପୋଲିସ କର୍ମଚାରୀ ଓ ବ୍ୟକ୍ତିଙ୍କ ମଧ୍ୟରେ ମାରପିଟ ଓ ଗାଳିଗୁଳଜର ଭିଡିଓ ଭାଇରାଲ
29/11/2019 at 1:59 PM

ବରଗଡ ୨୯।୧୧: ବରଗଡ଼ ବରପାଲିରେ ବ୍ୟକ୍ତିଙ୍କଉନ୍ମତ୍ତ କାଣ୍ଡ । ବିଚ ବଜାରରେ ସମସ୍ତଙ୍କୁ ଗାଳିଗୁଲଜ କରୁଥିବା ବ୍ୟକ୍ତିକୁ ନିୟନ୍ତ୍ରଣ କରିବାରେ ପୋଲିସ ବି ନାକେଦମ ହୋଇଥିଲା । ଯାହାର ଭିଜୁଆଲ ଏବେ ସହରରେ ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନାଯୋଗ୍ୟ ଯେ,ବ୍ୟକ୍ତି ଜଣଙ୍କ ହେଲେ ବରପାଲିର ଟିହା ପ୍ରଧାନ,ବଜାରରେ ଆତଯାତ କରୁଥିବା ଲୋକଙ୍କୁ ଗାଳି ଗୁଲଜ ଓ ମାରପିଟ କରୁଥିବା ବେଳେ ପୋଲିସ ପାଟ୍ରୋଲିଂ ଗାଡି ପହଞ୍ଚିଥିଲା । ହେଲେ ପୋଲିସକୁ ବି ଚେତାବନୀ ଦେଇଥିଲା ସେ ପୋଲିସ କର୍ମଚାରୀଙ୍କୁ ବଦଳି କରିଦେବ। ପାଟ୍ରୋଲିଂ ଗାଡ଼ିରେ ଥିବା ଇନିସ୍ପେକ୍ଟର ସୌମ୍ୟରଞ୍ଜନ ପ୍ରଧାନଙ୍କୁ ବହୁତ ଦୂରକୁ ବଦଳି କରିଦେବାକୁ ବାରମ୍ବାର ଧମକ ଦେଇଥିଲା। ଟିହାର କାଣ୍ଡକାରଖାନା ବଢୁଥିବା ଦେଖି ପୋଲିସ ତାକୁ ହେପାଜତୁ ନେବା ଲାଗି ଚେଷ୍ଟା କରିଥିଲା। ଏହି ସମୟରେ ଟିହା ଓ ପୋଲିସ ମଧ୍ୟରେ ବେଶ କିଛି ସମୟ ହାତାହାତି ଚାଲିଥିଲା। ତେବେ ଥାନା ଅଧିକାରୀ ରୋଜାଲିନୀ ପଟେଲଙ୍କ କହିବା ଅନୁଯାୟୀ ଟିହା ମଦ ପିଇ ଲୋକଙ୍କୁ ମାରପିଟ କରୁଥିଲେ ।