Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଲାଠି ଏବଂ ଲୁହା ରଡ୍‌ ନେଇ ପହଞ୍ଚିଛନ୍ତି ସନ୍ଦିଗ୍ଧ, ଚାଷୀ ମହାପଞ୍ଚାୟତ ଭିତରେ ପଶି ହିଂସାକାଣ୍ଡ ଷଡଯନ୍ତ୍ର ! ସୁରକ୍ଷା​‌ ବ୍ୟବସ୍ଥା କଡାକଡି

7/09/2021 at 5:02 PM

ନୂଆଦିଲ୍ଲୀ ୦୭/୦୯ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଦୀର୍ଘ ଦିନ ଜାରିରହିଥିବା କୃଷକ ଆନ୍ଦୋଳନ ପୁଣିଥରେ ମୁଣ୍ଡଟେକିଛି । କୃଷକ ନେତାମାନଙ୍କ ନେତୃତ୍ବରେ ବିଭିନ୍ନ ରାଜ୍ୟରେ ଚାଷୀ ମହାପଞ୍ଚାୟତ କରୁଛନ୍ତି । ତେବେ ସବୁଠାରୁ ବଡ କଥା ହେଉଛି ଚାଷୀଙ୍କ ଆନ୍ଦୋଳନ ମଧ୍ୟରେ ଛତ୍ରଛାୟା ସାଜି କିଛି ଉପଦ୍ରବୀ ତଥା ଦଙ୍ଗାକାରୀ ସାମିଲ ହେବା ସହିତ ହିଂସାକାଣ୍ଡ ଘଟାଇବା ନେଇ ପୂର୍ବାନୁମାନ କରାଯାଇଛି ।   

ମିଳିଥିବା ସୂଚନା ଅନୁସାରେ, କିଛି ଉପଦ୍ରବୀ ଲାଠି, ଲୁହା ରଡ୍‌ ରଖି ଅପରାଧ ଭିଆଇବା ପାଇଁ ସଜବାଜ ହେଉଛନ୍ତି । ହରିୟାଣା ପୋଲିସ ପକ୍ଷରୁ ଏ ନେଇ ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉଛି । ଏହା ସହିତ ସନ୍ଧିଗ୍ଧମାନଙ୍କୁ ଚେତାଇଛି ପୋଲିସ । ଯଦି ଚାଷୀ ମହାପଞ୍ଚାୟତରେ କୌଣସି ଅପ୍ରୀତିକର ପରିସ୍ଥିତି କିମ୍ବା ହିଂସାକାଣ୍ଡ ସୃଷ୍ଟି ହୁଏ ତେବେ ସେମାନଙ୍କ ବିରୁଦ୍ଧରେ କଡା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

କୃଷି ଆଇନକୁ ବିରୋଧ କରି ଚାଷୀମାନେ ହରିୟାଣାର ସଚିବାଳୟ ଘେରାଉ କରିବା ପାଇଁ ଯୋଜନା କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ସଚିବାଳୟ ଏବଂ ଏହାର ଆଖପାଖ ଅଞ୍ଚଳରେ ପୋଲିସ ଛାଉଣୀ କରାଯାଇଛି । ହରିୟାଣାର କରନାଲ ସ୍ଥିତ ଅନାଜ ମଣ୍ଡିରେ ଚାଷୀମାନେ ଏକତ୍ରିତ ହୋଇଛନ୍ତି । ସେଠାରୁ ମିନି ସଚିବାଳୟ ଘେରାଉ କରିବାକୁ ଯୋଜନା କରୁଛନ୍ତି ଚାଷୀ । ରାସ୍ତାରେ କୌଣସି ବ୍ୟାରିକେଡ୍‌ କିମ୍ବା ପୋଲିସକୁ ଖାତିର କରିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି । ଏହା ସହିତ ଅଗଷ୍ଟ ୨୮ ତାରିଖରେ ପୋଲିସ ଯେଉଁ ଚାଷୀମାନଙ୍କ ଉପରେ ଲାଠିମାଡ କରିଥିଲା ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିକରିଛନ୍ତି ଚାଷୀ ନେତା । ପୋଲିସ ଦ୍ବାରା ହୋଇଥିବା ଲାଠିମାଡରେ ଅନେକ ଚାଷୀ ଆହତ ହୋଇଥିଲେ ।

ତେବେ ସେଠାରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେଥିଲାଗି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି ହରିୟାଣା ସରକାର । ଘଟଣାସ୍ଥଳରେ ଏବଂ ମିନି ସଚିବାଳୟ ନିକଟରେ ପୋଲିସ ଛାଉଣୀ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଇଣ୍ଟରନେଟ୍‌ ଏବଂ ଏସ୍‌ଏମ୍‌ଏସ୍‌ ସର୍ଭିସ୍‌କୁ ବନ୍ଦ କରିଦିଆଯାଇଛି । କୁରୁକ୍ଷେତ୍ର, କୈଥଲ, ଜିନ୍ଦ ଏବଂ ପାନୀପଥ୍‌ରେ ଇଣ୍ଟରନେଟ୍‌ ସୁବିଧା ବନ୍ଦ କରିଦିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ସଂପୃକ୍ତ ଅଞ୍ଚଳରେ ୪୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି । ତେବେ କିଛଇ ଉପଦ୍ରବୀ ହିଂସାକାଣ୍ଡ ଘଟାଇବାକୁ ଯୋଜନା କରିଥିବାରୁ ସେ ନେଇ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହିତ ତୀକ୍ଷ୍‌ଣ ନଜର ରଖାଯାଇଛି ।  

   Related Posts