Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଭୁଲ ସ୍ବୀକାର କଲା ପୋଲିସ, ବିଧାୟକ ଜଣାଇଲେ ସାଧୁବାଦ

30/09/2019 at 12:32 PM

କଟକ୩୦|୯: ନିଜର ଭୁଲ୍ ବୁଝି ପାରିଲା ପୋଲିସ୍ । ପୁରା ସଭାରେ ଭୁଲ୍ ସ୍ବୀକାର କଲେ ପୋଲିସ୍ କମିଶନର । ଭାଇଚାରାର ସହରରେ କଟକ ଡିସିପି ନିର୍ବାଚିତ ବିଧାୟକଙ୍କୁ ପୂଜା ପ୍ରସ୍ତୁତି ବୈଠକକୁ ନଡାକିବାକୁ ସହରବାସୀ ସହଜରେ ହଜମ୍ କରିପାରିନଥିଲେ । ଏବେ ଡିସିପି-ବିଧାୟକ ବିବାଦକୁ ପଛରେ ପକାଇ କଟକର ପୂଜା ପ୍ରସ୍ତୁତି କିଭଳି ଠିକ୍ ଭାବେ ହେଇପାରିବ ଓ କଟକର ଭାଇଚାରା ବଜାୟ ରହିବ, ସେଥିପାଇଁ ଆଗେଇ ଆସିଛନ୍ତି ପୋଲିସ୍ କମିଶନର । ଏଣିକି ବିଧାୟକଙ୍କୁ ନେଇ ପୋଲିସ୍ ତାର କାମ କରିବ ବୋଲି ପୋଲିସ୍ କମିଶନର କହିଥିବା ବେଳେ, ସ୍ଥାନୀୟ ବିଧାୟକ ପୋଲିସ୍ ତାର ଭୁଲ୍ ବୁଝିପାରିଥିବାରୁ ପୋଲିସ୍ କୁ ସାଧୁବାଦ ଜଣାଇଛନ୍ତି ।

କଟକ ଡିସିପି ଅଖିଳେଶ୍ବର ସିଂ ଓ ବାରବାଟୀ-କଟକ ବିଧାୟକ ମହମ୍ମଦ୍ ମୋକ୍କିମ୍ ଙ୍କ ମଧ୍ୟରେ ବିବାଦ କଟକରେ ପୂଜା ପ୍ରସ୍ତୁତିରେ ବାଧକ ସାଜିଥିଲା । ପୁରୀ ଘାଟ ଥାନାର ଏକ ମାମଲାକୁ ନେଇ ଡିସିପି-ମୋକ୍କିମ୍ ଙ୍କ ମଧ୍ୟରେ ତିକ୍ତତା ବଢିଥିଲା । ପରିସ୍ଥିତି ଏମିତି ହେଇଥିଲା ଯେ, ତିକ୍ତତାକୁ ନିହାତି ବ୍ୟକ୍ତିଗତ ସ୍ତରକୁ ନେଇ ଡିସିପି ଅଖେଳେଶ୍ବର ସିଂ ପୂଜା ପ୍ରସ୍ତୁତି ମିଟିଙ୍ଗକୁ ବିଧାୟକଙ୍କୁ ଡାକି ନଥିଲେ। କେବଳେ ପୂଜା ପ୍ରସ୍ତୁତି ମିଟିଙ୍ଗ ନୁହେଁ, ସହରରେ ପୋଲିସ୍ କରୁଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ଅନ୍ୟ ସବୁ ନେତାଙ୍କୁ ନିମନ୍ତ୍ରଣ କରାଯାଉଥିଲେ ମଧ୍ୟ ଡାକୁନଥିଲେ ଡିସିପି । ତେବେ ପୂଜା ପ୍ରସ୍ତୁତି ମିଟିଂକୁ ନଡାକିବା ପୋଲିସ୍ ର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଥିଲା ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହା ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏହାକୁ ଦେଖି ଗତ କାଲି ପୋଲିସ୍ ର ଏକ ବୈଠକରେ ନିଜେ ପୋଲିସ୍ କମିଶନର ପୋଲିସ୍ ଦ୍ବାରା ଭୁଲ୍ ହେଇଯାଇଥିବା କଥା ସ୍ବୀକାର କରିଛନ୍ତି ।

ସେପଟେ ଡେରିରେ ହେଉ ପଛେ ପୋଲିସ୍ ର ବୁଦ୍ଧି ଉଦୟ ହେଇଥିବାରୁ କମିଶନରଙ୍କୁ ସାଧୁବାଦ ଜଣାଇଛନ୍ତି ବିଧାୟକ ମୋକ୍କିମ୍ । ଏହା ଦ୍ବାରା କଟକର ଭାଇଚାରା ଅକ୍ଷୁର୍ଣ୍ଣ ରହିବ ଓ ପୂଜା ସମୟରେ ଲୋକଙ୍କ ପାଖକୁ ଗୋଟିଏ ଭଲ ବାର୍ତ୍ତା ଯିବ ବୋଲି କହିଛନ୍ତି ମୋକ୍କିମ୍…

ନିୟମ ଅନୁସାରେ ପ୍ରଶାସନର କୌଣସି କାର୍ଯ୍ୟକ୍ରମରେ ଜନପ୍ରତିନିଧିଙ୍କୁ ଡକାଯିବାର ଆବଶ୍ୟକତା ଥିଲେ, ତାଙ୍କୁ ପ୍ରଶାସନ ବା ପୋଲିସ୍ ଡାକିବାକୁ ବାଧ୍ୟ । ମାତ୍ର କଟକ ଡିସିପିଙ୍କ କ୍ଷେତ୍ରରେ ତାର ବ୍ୟତିକ୍ରମ ଦେଖିବାକୁ ମିଳିବାରୁ, କିଛି ବିଧାୟକ ଏ ବାବଦରେ ବିଧାନସଭାର ଏଥିକ୍‌ସ କମିଟିରେ ଅଭିଯୋଗ କରିଛନ୍ତି । ଏଥିକ୍‌ସ କମିଟିରେ ଏହି ଅଭିଯୋଗ ଏବେ ବିଚାରାଧିନ ରହିଛି ।

   Related Posts