କାଉଡିଆଙ୍କ ଉପରେ ପୁଷ୍ପ ବର୍ଷା

Published By : Prameya-News7 Bureau | August 09, 2018 IST

କାଉଡିଆଙ୍କ ଉପରେ ଆକାଶରୁ ପୁଷ୍ପ ବର୍ଷା ହେଉଛି | ସେ ପୁଣି ହେଲିକେପ୍ଟରରୁ ଫୁଲ ପକାଉଛନ୍ତି ପୋଲିସ ଅଫିସର | ଉତ୍ତର ପ୍ରଦେଶରେ ଯୋଗୀରାଜରେ ଦେଖିବାକୁ ମିଳିଛି ଏମିତି ଏକ ବିଚିତ୍ର ଦୃଶ୍ୟ | ଫୁଲ ବର୍ଷା କରୁଥିବା ପୋଲିସ ଅଫିସର ଜଣକ ହେଉଛନ୍ତି ଏଡିଜି ପ୍ରଶାନ୍ତ କୁମାର | ରାସ୍ତାରେ ଯାଉଥିବା କାଉଡିଆଙ୍କୁ ଆକାଶମାର୍ଗରୁ ନିରୀକ୍ଷଣ କରିଥିଲେ ପୋଲିସ ଅଫିସର | ଏହା ପରେ କାଉଡିଆଙ୍କ ଉପରେ ପୁଷ୍ପ ବୃଷ୍ଟି କରିଥିଲେ | ଦୃଷ୍ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି | ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛୁ ଲୋକଙ୍କ ଟ୍ୟାକ୍ସ ଟଙ୍କାରେ ପୋଲିସ ବାବୁଙ୍କୁ ଏମିତି ପୁଷ୍ପ ବର୍ଷା କରିବା ପାଇଁ ଅନୁମତି ଦେଲା କିଏ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.