କରୋନା କଟକଣା : ଅନୁଗୁଳରେ ଜୋରଦାର ଚେକିଂ, ଗାଡି ଜବତ ସହ ୨୪ଜଣଙ୍କ ନାଁରେ ମାମଲା

Published By : Prameya-News7 Bureau | March 25, 2020 IST

ଅନୁଗୁଳ ୨୫।୩: ଅନୁଗୁଳ ଜିଲ୍ଲାରେ ଲକ୍ ଡାଉନ ପାଇଁ ଜୋରଦାର ଚେକିଂ। ଏହା ସତ୍ଵେ କିଛି ଚାଳକ ବାଇକରେ ବୁଲୁଥିବାରୁ ୧୦ଟି ବାଇକ ଜବତ କରିଛି ପୋଲିସ। ଏହା ସହ ୨୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ଅନଗୁଳ ପୋଲିସ।

{"id":243708,"sizeSlug":"large"}

ଜରପଡା ଥାନାରେ ୨ ଟି ବାଇକ ସହ ୨ ଜଣଙ୍କୁ, ଅନଗୁଳ ଥାନାରେ ୬ଟି ବାଇକ ସହ ୧୫ଜଣକୁ, ବଅଁରପାଳରେ ଗୋଟିଏ ବାଇକ ସହ ୫ଜଣକୁ ପାଲଲହଡାରେ ଗୋଟିଏ ବାଇକ ସହ ୨ଜଣକ ନାଁରେ ମାମଲା ରୁଜୁ ହୋଇଛି। ସକାଳୁ ସକାଳୁ ବିଭିନ୍ନ ଜାଗାରେ ପୋଲିସ ଲକ ଡାଉନ ନିୟମକୁ କଡା କଡ଼ି କରି ଚେକିଂ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.