ପୋଲିସ୍ ଉପରକୁ ଗୁଳି ଚଳାଇଲା ୧୦ ବର୍ଷର ବାଳକ, ପୁଅକୁ ଗିରଫ ନ କରିବା ପାଇଁ ଗୁହାରି କଲେ ବାପା, ମାଆ
6/03/2020 at 10:57 AM

ଡିଏଗୋ୬/୩: ଆମେରିକାର ସାନ ଡିଏଗୋରେ ଜଣେ ବର୍ଷର ଜଣେ ୧୦ବର୍ଷର ବାଳକ ପୋଲିସ ଅଧିକାରୀଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଛି। ସାନ ଡିଏଗୋ ପୋଲିସ ବିଭାଗର ସଚିନ ଟେକୁଚି ରିପୋର୍ଟ ଅନୁସାରେ ବାଳକଟିର ପିତାମାତା ଗୁରୁବାର ଦିନ ୯ଟା ୧୫ ମିନିଟ୍ରେ ପୋଲିସକୁ ଫୋନ କରି କହିଥିଲେ ଯେ ସେମାନଙ୍କ ପିଲା ମାନସିକ ଯନ୍ତ୍ରଣା ଭୋଗୁଛି। ହାତୁଡ଼ି ଓ ଧାରୁଆ ହସ୍ତ୍ରରେ ନିଜକୁ ରକ୍ତାତ କରି ଦେଉଛି।
ବୋଷ୍ଟନ୍ ଆଭେନ୍ୟୁରେ ରହୁଥିବା ଶିଶୁର ଘରେ ପୋଲିସ୍ ଅଧିକାରୀମାନେ ପହଞ୍ଚିଥିଲେ। ପୋଲିସ ପହଞ୍ଚିବା ପରେ ପିଲାଟି ଦୌଡ଼ି ପଳାଇ ଯାଇଥିଲା। ଏବଂ ଲୁଚି ପଡିଥିଲା। ବାଳକଟି ଯେଉଁ ସ୍ଥାନରେ ଲୁଚିଥିଲା ସେହି ସ୍ଥାନରେ ଏକ ବନ୍ଧୁକ ପଡ଼ିଥିଲା। ସେହି ବନ୍ଧୁକ ଉଠାଇ ୧୦ ବର୍ଷର ବାଳକ ପୋଲିସ୍ ଅଧିକାରୀଙ୍କ ଉପରକୁ ୨ ରାଉଣ୍ଡ ଗୁଳି କରିଥିଲା।
ଭାଗ୍ୟବଶତଃ ପୋଲିସ କର୍ମଚାରୀଙ୍କୁ ଗୁଳି ଲାଗି ନ ଥିଲା। ଏହି ଘଟଣା ଯୋଗୁଁ ସେଠାରେ ଦଶହଜାର ପୋଲିସ ଗାଡି ପାର୍କିଂ କରାଯାଇଥିଲା। ସେହି ଅଞ୍ଚଳକୁ ନ ଯିବାକୁ ପୋଲିସ ଲୋକଙ୍କୁ ନିବେଦନ କରିଥିଲା। ପିଲାଟିକୁ ଭୟଭୀତ ନ କରିବା ପାଇଁ ପୋଲିସ୍ କର୍ମଚାରୀ ସତର୍କତା ଅବଲମ୍ବନ କରିଥିଲେ। ପିଲାଟିର ମାନସିକ ଅବସ୍ଥା ଠିକ୍ ନାହିଁ, ତେଣୁ ଗିରଫ କର ନାହିଁ ବୋଲି ପିଲାଟିର ବାପା,ମାଆ ପୋଲିସ୍କୁ ନିବେଦନ କରିଥିଲେ।
ଶେଷରେ ବାପା, ମାଆ ପିଲାକୁ ସାଙ୍ଗ ଧରି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ସେ ହାତରେ ବାହୁ ଧରି ସେହି ଘାଟରୁ ବାହାରି ଆସିଲେ। ଥାନାରେ କିଛି ଖାତାପତ୍ର କାମ ଶେଷ ହେବା ପରେ ପୋଲିସ୍ କର୍ମଚାରୀମାନେ ପିଲାର ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପିଲାଟି ଏବେ ଟିକେ ଭଲ ଥିବା ତାଙ୍କ ବାପା ସୂଚନା ଦେଇଛନ୍ତି।