Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆନ୍ଧ୍ର ଖାଉଛି ଲାଭ, ଓଡିଶାବାସୀଙ୍କୁ ଦୁଃଖ, ପୋଲାଭରମ ପ୍ରକଳ୍ପ ପାଇଁ ପ୍ରତିବର୍ଷ ଦୁର୍ଦ୍ଦଶାରେ ସଢୁଛନ୍ତି ମୋଟୁ ଅଞ୍ଚଳ ବାସିନ୍ଦା

21/08/2020 at 9:05 PM

ମାଲକାନଗିରି,୨୧।୦୮:   ଆନ୍ଧ୍ର ଖାଉଛି ଲାଭ, ଦୁର୍ଦ୍ଦଶା ଭୋଗୁଛନ୍ତି ମାଲାକାନାଗିରିବାସୀ। ବନ୍ୟାରେ କଲବଲ ହେଉଛନ୍ତି ମୋଟୁ ଅଞ୍ଚଳ ବାସୀ। ଦିନପରେ ଦିନ ବିତିଛି ହେଲେ ବନ୍ୟା ପାଣି ଛାଡୁନି । କେବଳ ପୋଲାଭରମ ପ୍ରକଳ୍ପ ପାଇଁ ପ୍ରତିବର୍ଷ ଏପରି ଦୁର୍ଦ୍ଦଶା ଭୋଗୁଛନ୍ତି ମୋଟୁ ଅଞ୍ଚଳ ବାସୀ। ବର୍ଷା ପାଇଁ ଯେତିକି ଗୋଦବରୀ ନଦୀ ଜଳସ୍ତର ବଢ଼ୁନି ବରଂ ଗୋଦବରୀ ର ବ୍ୟାକଓ୍ବାଟର ପାଇଁ  ଜଳସ୍ତର ବଢ଼ି ବନ୍ୟା ହେଉଛି ।

ପୋଲାଭରମ ପାଇଁ ଭାସୁଛି ମୋଟୁ । ଛାଡୁନି ବନ୍ୟାପାଣି। ୯ଦିନ ଧରି ଡହଳବିକଳ ହେଉଛନ୍ତି ମୋଟୁ ଅଞ୍ଚଳ ବାସୀ । ବର୍ଷା ପାଇଁ ଗୋଦବାରୀ ନଦୀ  ଏବେ ଯେତିକି ଫୁଲିନି ବ୍ୟାକ ଓ୍ବାଟର ପାଇଁ ଜଳସ୍ତର ବଢ଼ୁଛି ।ଯେଉଁଥିପାଇଁ ପୋଲାଭରମର ଉପରମୁଣ୍ଡ ଅଞ୍ଚଳରେ ବନ୍ୟା ପାଣି ଛାଡୁନି । କେବଳ ଆଜି ନୁହେଁ ଟିକିଏ ବର୍ଷା ହେଲେ ମୋଟୁ ଅଞ୍ଚଳ ବାସୀ ଏମିତି ଅବସ୍ଥା ବର୍ଷ ବର୍ଷ ଧରି ଭୋଗୁଛନ୍ତି । ଗୋଦାବରୀ ନଦୀରେ ପାଣୀ ଠିକ ଖଲାସ ହୋଇପାରୁ ନଥିବାରୁ  ମୋଟୁ ଅଞ୍ଚଳରେ ବାରମ୍ବାର ବନ୍ୟା ଆସୁଛି ।

ଏପେଟ ଦୀର୍ଘ ୯ଦିନ ଦିନ ମୋଟୁ ଅଞ୍ଚଳରୁ ବନ୍ୟା ପାଣି ଛାଡୁନଥିବାରୁ ମୋଟୁ ଅଞ୍ଚଳ ଗସ୍ତ କରି ସ୍ଥିତି ପରଖିଛନ୍ତି ମାଲାକାନାଗିରି ଜିଲ୍ଶପାଳ । ୩ଶହ ଚାଳଛପର ଘର ଆଶିଂକ ଭାଙ୍ଗିଯାଇଥିବା ବେଳେ ୨ହଜାର ହେକ୍ଟର ଚାଷ ଜମିରେ ବନ୍ୟା ପାଣି  ମାଡି ଯାଇଛି। ଗୋଦାବରୀ ବ୍ୟାକ ଓ୍ବାଟର ପାଣି ଆସୁଥିବାରୁ ଜଳସ୍ତର ବଢ଼ୁଛି ବୋଲି ଖୋଦ ଜିଲ୍ଲାପାଳ କହିଛନ୍ତି । ଏପଟେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହୁଛନ୍ତି ପୋଲାଭରମ ପାଇଁ ସେଭଳି କିଛି ସମସ୍ୟା ହୋଇନାହିଁ।

କେବଳ ଚଳିତ ବର୍ଷ ନୁହେଁ ପୋଲାଭରମ ପ୍ରକଳ୍ପ ହେବା ପରଠାରୁ ଏମିତି ଦୁର୍ଦ୍ଦଶା ଭୋଗୁଛନ୍ତି ମାଲାକାନାଗିରି ବାସୀ। ଆନ୍ଧ୍ରର ଶହ ଶହ ଏକର ଜଳସେଚିତ ହେଉଥିବା ବେଳେ ମାଲକାନଗିରର ଶହଶହ ହେକ୍ଟର ଜଳପ୍ଲାବିତ ହେଉଛି ।

   Related Posts