ପୁଣି ଘୁଞ୍ଚିଲା ପୋଲାଭରମ୍ ପ୍ରକଳ୍ପ ମାମଲାର ଶୁଣାଣି ; ଡିସେମ୍ବର ୩ରେ ହେବ ପରବର୍ତ୍ତୀ ଶୁଣାଣି
29/11/2018 at 12:11 PM

ନୂଆଦିଲ୍ଲୀ ୨୯|୧୧: ପୁଣି ପୋଲାଭରମ୍ ପ୍ରକଳ୍ପ ବିବାଦ ମାମଲାର ଶୁଣାଣି ଘୁଞ୍ଚିଲା । ଡିସେମ୍ବର ୩ରେ ପରବର୍ତ୍ତି ଶୁଣାଣି ହେବ । ଆସନ୍ତା ଶନିବାର ସୁଦ୍ଧା ସବିଶେଷ ତଥ୍ୟ ରଖିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହା ସହ ଓଡିଶା ଏବଂ ଛତିଶଗଡରେ ଜନଶୁଣାଣି ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଆଜି ସମସ୍ତ ପକ୍ଷ ଯୁକ୍ତି ଉପସ୍ଥାପନ କରିଥିଲେ । ପୋଲାଭରମ୍ ପ୍ରକଳ୍ପ କାମ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା । ପୋଲାଭରମ୍ ପ୍ରକଳ୍ପ ବିରୋଧରେ ଥିବା ମୂଳ ମାମଲାର ଶୁଣାଣି ପାଇଁ ସୁପ୍ରମକୋର୍ଟ ୧୩ଟି ପ୍ରସଙ୍ଗ ଧାର୍ଯ୍ୟ କରିଛନ୍ତି ।
Related Posts
ଜିଦ୍ରେ ଅଟଳ ଚାଷୀ ! ମାରାଥନ ଆଲୋଚନା ପରେ ସରକାରଙ୍କ ପ୍ରସ୍ତାବ ଅଗ୍ରାହ୍ୟ
21 January 2021
Hawk-i ବିମାନରୁ ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ ୱିପନର ସଫଳ ପରୀକ୍ଷଣ କଲେ HAL
21 January 2021