Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||
  • ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ, ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ
  • ||
  • ଯାଜପୁର : ବରମୁଣ୍ଡା ଛକରେ ଦୁର୍ଘଟଣା, ଚାଲିଗଲା ନାରାୟଣଙ୍କ ଜୀବନ
  • ||
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୭ ଜଣଙ୍କ ଜୀବନ, ୩୫୦୮ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • କଟକ : ଜୁଆ ଆଡ୍ଡାରେ ଅଚାନକ ଚଢାଉ, ୧୧ଜଣ ଜୁଆଡି ଗିରଫ
  • ||

‘ମୁଁ ତୁମକୁ ଭଲ ପାଏ’ ‘ଆଇ ଆମ୍ କମିଙ୍ଗ୍ ଟୁ ଭୁବନେଶ୍ବର’ ; ଓଡିଆ ପ୍ରେମିକକୁ ଖୋଜିବାକୁ ଆସୁଛି ପୋଲାଣ୍ଡ ପ୍ରେମିକା

29/12/2018 at 9:06 AM

ଭୁବନେଶ୍ବର ୨୯|୧୨: ଫେସବୁକରେ ପୋଲାଣ୍ଡର ଝିଅକୁ ଫ୍ରେଣ୍ଡ୍ ରିକ୍ବେଷ୍ଟ ପଠାଇଥିଲେ ଓଡିଆ ଯୁବକ । ପୋଲାଣ୍ଡ ଯୁବତୀଙ୍କ ସହ କଥା ହୋଇଥିଲେ ଓଡିଆ ଯୁବକ । ଫେସବୁକ୍ ରେ ପ୍ରେମ ନିବେଦନ କରିଥିଲେ ଯୁବକ। ଆଉ କହିଥିଲେ ‘ମୁଁ ତୁମକୁ ଭଲପାଏ’ । ହେଲେ ‘ମୁଁ ତୁମକୁ ଭଲପାଏ’ର ମାନେ ବୁଝିପାରିନଥିଲେ ପୋଲାଣ୍ଡ ଯୁବତୀ । ଯୁବକ ଜଣଙ୍କ ଯେତେବେଳେ ତାଙ୍କୁ ପ୍ରପୋଜ କରିଥିଲ ସେ ସେତବେଳେ କିଛି ବୁଝି ପାରିନଥିଲେ । ଯୁବକ ଜଣଙ୍କ କହିଥିଲେ ‘ମୁଁ ତୁମକୁ ଭଲ ପାଏ’ । ମୋତେ ରିପ୍ଲାଏ ଦିଅ, ମୁଁ ତୁମକୁ ଓ୍ବେଟ୍ କରିଛି…

ପ୍ରେମ ନିବେଦନର କୌଣସି ଉତ୍ତର ନପାଇବାରୁ ଓଡିଆ ଯୁବକ ନିଜ ଫେସବୁକ୍ ଆକାଉଣ୍ଟ ଡିଲିଟ୍ କରିଦେଇଥିଲେ । ସେତେବେଳେ ଯୁବତୀଙ୍କ ମନରେ ଯୁବକଙ୍କ ପାଇଁ ଭଲପାଇବା ଆସିଥିଲା । ଓ୍ବାଟସଆପ୍ ଡିପି ଦେଖି ଯୁବତୀ ତାଙ୍କୁ କଣ୍ଟାକ୍ଟ କରିବାକୁ ଚେଷ୍ଟା କରିଥିଲେ ମାତ୍ର ପାରିନଥିଲେ । ଆଉ ତାପରେ ଯୁବତୀଙ୍କ ମନରେ ଯୁବକଙ୍କ ପ୍ରେମକୁ ପାଇବାର ଆଶା ଜାଗ୍ରତ ହୋଇଥିଲା । ଏକ ଭିଡିଓ ମାଧ୍ୟମରେ ସେ ନିଜ ମନ କଥା କହିଛନ୍ତି ଓଡିଆ ପ୍ରେମିକଙ୍କୁ । ଓଡିଆ ଯୁବକଙ୍କ କଥାବାର୍ତ୍ତା କହିବା ଶୈଳୀଠୁ ଆରମ୍ଭ କରି କୌତୁହଳିଆ ପ୍ରକୃତି ଯୁବତୀଙ୍କୁ ଖୁବ୍ ଆକୃଷ୍ଟ କରିଥିଲା । ଓଡିଆ ପୁଅର କମ୍ପାନୀ ତାଙ୍କୁ ବହୁ ପସନ୍ଦ ଆସିଯାଇଥିଲା । ଯେକୌଣସି ଉପାୟରେ ସେ ଓଡିଆ ପୁଅକୁ ପାଇବାକୁ ଚାହୁଁଥିବା କହିଛନ୍ତି ଭିଡିଓରେ ।  ସେ ମଧ୍ୟ ଓଡିଆ ଯୁବକଙ୍କୁ ଭଲ ପାଉଥିବା କହିଛନ୍ତି । ଭିଡିଓରେ ସେ କହିଛନ୍ତି ‘ମୁଁ ତୁମକୁ ଭଲ ପାଏ’ । ଏହା ସହ ସେ ଏହା ମଧ୍ୟ କହିଛନ୍ତି ଯେ, ‘ଆଇ ଆମ୍ କମିଙ୍ଗ୍ ଟୁ ଭୁବନେଶ୍ବର’। ତେବେ ସେ ଏହା ମଧ୍ୟ କହିଛନ୍ତି ଯେ, ତୁମେ ଯଦି ମୋତେ ଦେଖୁଛ, ମୁଁ ଆସୁଛି ତୁମ ପାଖକୁ, ଆଇ ଲଭ୍ ୟୁ … ଦେଖନ୍ତୁ ପୋଲାଣ୍ଡ ଯୁବତୀ ପୁରା ଭିଡିଓରେ କଣ କହିଛନ୍ତି…

   Related Posts