ପାରାଦୀପ ବନ୍ଦରର ନୂତନ ଅଧ୍ୟକ୍ଷ ଭାବେ ପୋଲାମରାଜୁ ଲକ୍ଷ୍ମୀ ହରନାଧ ନିଯୁକ୍ତ

Published By : Prameya-News7 Bureau | October 07, 2021 IST

ପାରାଦୀପ ୭।୧୦: ପାରାଦୀପ ବନ୍ଦରରେ ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ହେଲେ ପୋଲାମରାଜୁ ଲକ୍ଷ୍ମୀ ହରନାଧ । ବନ୍ଦର ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ କରିବା ସହିତ ସିଆଇଏସଏଫ୍ ପକ୍ଷରୁ ଗାର୍ଡ଼ ଅଫ୍ ଅନର ଦିଆଯାଇଥିଲା । ତେବେ ପାରାଦୀପ ମେଜର ପୋର୍ଟ ଭାବରେ ପଣ୍ୟ କାରବାରରେ ୨ୟ ସ୍ଥାନ ବଜାୟ ରଖିଥିବା ବେଳେ ଆଗକୁ ପାରାଦୀପ ପୋର୍ଟ ଆଧୁନିକୀକରଣ କରିବା ବିଭିନ୍ନ ନୂତନ ପ୍ରକଳ୍ପ ଆରମ୍ଭ କରିବା ସହିତ କିଭଳି ୧ ନମ୍ବର ବନ୍ଦର କରିବା ପାଇଁ ଲକ୍ଷ ରଖିଛନ୍ତି ବୋଲି ଅଧ୍ୟକ୍ଷ ପ୍ରକାଶ କରିଛନ୍ତି । ତେବେ ପୂର୍ବରୁ ଭାଇଜାକ୍ ପୋର୍ଟରେ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିବା ବେଳେ ପାରାଦୀପ ବନ୍ଦରରେ ସମସ୍ତ କର୍ମକର୍ତ୍ତାଙ୍କ ସହିତ କାମ କରିବାର ସୁଯୋଗ ମିଳିଥିବାରୁ ନିଜକୁ ଧନ୍ୟ ମନେକରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.