ରାଇରଙ୍ଗପୁର, ୦୫/୧୧: ପୋଲ ତଳେ ଭାସୁଛି ମୃତଦେହ। ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୨୦ର ଭାଲୁବସା ନିକଟରେ।
ସୂଚନାନୁସାରେ, ଶୁକ୍ରବାର ଭାଲୁବସା ନିକଟରେ ଥିବା ଏକ ପୋଲ ତଳେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଏ ବାବଦରେ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ୍ୟର କାରଣ ଜଣା ପଡି ନାହିଁ । ତେବେ ସ୍ଥାନୀୟ ଲୋକେ ଏହା ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛନ୍ତି।