Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ପୋଖରୀରେ ଭାସୁଛି ନିଖୋଜ ଯୁବତୀଙ୍କ ମୃତଦେହ : ହତ୍ୟା ଅଭିଯୋଗ ଆଣିଲେ ପରିବାର

9/10/2021 at 9:05 AM

ଖୋର୍ଦ୍ଧା ୦୯/୧୦: ବାଘମାରି ଥାନା ଅନ୍ତର୍ଗତ ଅଟ୍ରି ଗ୍ରାମର ପୋଖରିରେ ଜଣେ ଯୁବତୀଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକ ବାଘମାରି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବାଘମାରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସେପଟେ ପରିବାର ପକ୍ଷରୁ ଝିଅକୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ବାଘମାରି ଥାନାରେ ଅଭିଯୋଗ ହୋଇଛି । ବାଘମାରି ଥାନା ଅନ୍ତର୍ଗତ ଅଟ୍ରି ଗ୍ରାମର ରମେଶ ବାରିକଙ୍କ ଝିଅ ସେବତୀ ବାରିକ ଗତ 8 ତାରିଖରୁ ନିଖୋଜ ଥିବା ବାଘମାରି ଥାନାରେ ଅଭିଯୋଗ ହୋଇଥିଲା । ତେବେ ଆଜି ସେବତୀଙ୍କ ମୃତଦେହ ତାଙ୍କ ଘର ନିକଟ ପୋଖରୀରେ ଭାସୁଥିବା ଜଣାପଡିବା ପରେ ଝିଅକୁ କେହି ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

   Related Posts