Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ପୋଖରୀରେ ଭାସୁଛି ଅଜଣା ମୃତଦେହ, ହତ୍ୟା ପରେ ଫୋପାଡି ଦେଇଥିବା ସନ୍ଦେହ

3/10/2021 at 12:03 PM

କେନ୍ଦୁଝର ୦୩/୧୦: ପୋଖରୀରେ ଭାସୁଥିବା ଅବସ୍ଥାରେ ଅଜଣା ମହିଳାଙ୍କର ମୃତଦେହ ଉଦ୍ଧାର । କେନ୍ଦୁଝର ଟାଉନ ଥାନାର ନରଣପୁର ଗାଁର ହାଟପଡିଆ ଛକ ନିକଟରେ ଥିବା ଏକ ପୋଖରୀକୁ ଭାସୁଛି ଏହି ମୃତଦେହ । ଗାଧୁଆ ପାଧୁଆ କରିବାକୁ ଗାଁ ଲୋକେ ଆସିବା ସମୟରେ ପୋଖରୀରେ ଏକ ମହିଳାଙ୍କର ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ ।

ଖବରଟି ପ୍ରଚାର ହେବା ମାତ୍ରେ ସେଠାରେ ଶହ ଶହ ସଂଖ୍ୟାରେ ଲୋକ ରୁଣ୍ଡ ହୋଇଥିଲେ ଓ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ପୋଖରୀରୁ ମହିଳାଙ୍କର ମୃତଦେହ ଉଦ୍ଧାର କରିଥିଲେ । ମହିଳା ଜଣଙ୍କ ନାଲି ଶାଢ଼ୀ ପିନ୍ଧିଥିବା ବେଳେ ହାତ ରେ ଶଙ୍ଖା ଓ ମୁଣ୍ଡରେ ସିନ୍ଦୁର ଥିବାରୁ ସେ ଜଣେ ସଧବା ମହିଳା ବୋଲି ଜଣାଯାଏ । ତାଙ୍କର ବୟସ ପଚାଶ ରୁ ପଞ୍ଚାବନ ମଧ୍ୟରେ ହେବ ବୋଲି ଅନୁମାନ କରାଯାଏ ।

ଏହା ସହ ହାତରେ ସୁନାର ଶଙ୍ଖା ଥିବାରୁ ସେ ଜଣେ ସଂଭ୍ରାନ୍ତ ପରିବାର ର ମହିଳା ବୋଲି ଅନୁମାନ କରାଯାଏ । ନରଣପୁର ଅଞ୍ଚଳର ସରପଞ୍ଚଙ୍କ ସହ ସେ ଅଂଚଳର ଲୋକେ ମହିଳା ଜଣଙ୍କୁ ଜାଣିନାହାନ୍ତି ଓ ଏହି ଅଞ୍ଚଳର ନୁହେଁ ବୋଲି କହିଛନ୍ତି । ତେବେ ମହିଳାଙ୍କୁ କେହି ହତ୍ୟା କରି ଆଣି ଏଠାରେ ଫୋପାଡି ଦେଇଥାଈପାରେ ବୋଲି ଅନୁମାନ କରାଯଉଛି । ନଚେତ ଶୌଚ ବା ଗାଧେଇବା ପାଇଁ ଆସି ପୋଖରୀ ରେ ବୁଡିଯାଇଥାଇପାରନ୍ତି ବୋଲି ଅନୁମାନ ମଧ୍ୟ କରାଯାଉଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ମୃତ୍ୟୁର କାରଣ ଖୋଜୁଛି ।

   Related Posts