Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୋଖରୀରେ ବୁଡିଯାଇ ୭ ବର୍ଷର ଶିଶୁ ମୃତ, ଶରୀରରେ ରହିଛି ଅନେକ କ୍ଷତ ଚିହ୍ନ

7/11/2021 at 1:06 PM

ଜଗତସିଂହପୁର ୦୭/୧୧: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ମହାଦେଇ ବ୍ରହ୍ମପୁର ଗାଁରେ ଅଘଟଣ । ପୋଖରୀରେ ବୁଡିଯାଇ ୭ ବର୍ଷର ଶିଶୁ ମୃତ । ମୃତ ଶିଶୁ ମହାଦେଇ ବ୍ରହ୍ମପୁର ଗାଁର ଦୀପକ ପରିଡାଙ୍କ ପୁଅ ସାଇ ପରିଡା । ସକାଳେ ସାଇ ବାଡ଼ି ପଟକୁ ଯାଇଥିବା ବେଳେ ଦୀର୍ଘ ସମୟ ଧରି ଆଉ ଘରକୁ ଫେରି ନଥିଲେ । ଫଳରେ ପରିବାର ଲୋକେ ଖୋଜାଖୋଜି କରିବା ପରେ ପୋଖରୀରୁ ତାଙ୍କୁ ଉଦ୍ଧାର କରିଥିଲେ ।

ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶିଶୁଟିର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାର ଦେଖା ଯାଇଛି । ସେ ପାଣିରେ ବୁଡିଯିବା ପରେ ତାଙ୍କ ଶରୀରର ବିଭିନ୍ନ ଅଂଶକୁ ମାଛ ଖାଇ ଖଣ୍ଡିଆ କରିଥିବାର ଅନୁମାନ କରାଯାଉଥିବା ବେଳେ ଘଟଣାର ଅଧିକ ତଦନ୍ତ ଆଵଶ୍ୟକତା ରହିଛି ।

   Related Posts