Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୋଖରିପୁଟ ରେଳ ଓଭରବ୍ରିଜ ଆଜି ହେବ ଲୋକାର୍ପିତ: ଦୂର ହେବ ଟ୍ରାଫିକ ସମସ୍ୟା

23/08/2018 at 4:49 AM

ଭୁବନେଶ୍ବର ୨୩|୮: ଭୁବନେଶ୍ବରର ବହୁ ପ୍ରତିକ୍ଷିତ ପୋଖରିପୁଟ ଓଭର ବ୍ରିଜକୁ ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ଏହି ବ୍ରିଜ ଲୋକାର୍ପିତ ହେଲେ ଦୀର୍ଘ ବର୍ଷର ଟ୍ରଫିକ ଯନ୍ତ୍ରଣାର ଅନ୍ତ ହେବ । ଗାଡି ହେଉ ବା ପଥଚାରୀ ସମସ୍ତଙ୍କ ଲାଗି ଏହି ବ୍ରିଜ୍ରେ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା ।
୨୦୧୨ ମସିହାରୁ ଏହି ରେଳ ଓଭରବ୍ରିଜର କାମ ଆରମ୍ଭ ହୋଇଥିଲା ୨୦୧୫ ସୁଦ୍ଧା ଏହାର ନିର୍ମାଣ ସରିବ ବୋଲି ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା । କିନ୍ତୁ ଜମି ଅଧିଗ୍ରହଣକୁ ନେଇ ସମସ୍ୟା ଯୋଗୁଁ କିଛି ଦିନ ବନ୍ଦ ରହିଥିଲା କାମ ।
ଏହି ଓଭର ବ୍ରିଜର ଦୈର୍ଘ୍ୟ ୬୫୩ ମିଟର ହୋଇଥିବାବେଳେ ଏହାକୁ ଥ୍ରୀଲେନ ବିଶିଷ୍ଟ କରାଯାଇଛି । ସେହିପରି ଦୁଇ ପାର୍ଶ୍ବରେ ବାରିକେଡ ହୋଇ ରହିଛି ଚଲାପଥ । ବ୍ରିଜ ନିର୍ମାଣ ପାଇଁ ୩୨.୫୫କୋଟି ଖର୍ଚ୍ଚ ହୋଇଛି । ବ୍ୟୟର ୫୦ପ୍ରତିଶତ ରାଜ୍ୟ ସରକାର ବହନ କରିଥିବାବେଳେ ରେଳ ବିଭାଗ ୫୦ ପ୍ରତିଶତ ଖର୍ଚ୍ଚ ବହନ କରିଛନ୍ତି ।
ଏହି ଓଭରବ୍ରିଜ ପୋଖରିପୁଟ, ଜାଗମରା, ସୁନ୍ଦରପଦା, ଭୀମଟାଙ୍ଗୀ, ପୁରୁଣା ଭୁବନେଶ୍ବର ଠାରୁ ଧରି ଜଟଣୀ ରାସ୍ତାକୁ ସଂଯୋଗ କରିବ ।

   Related Posts