Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଭୁଶୁଡିଲା ସ୍ମାର୍ଟ ପୋଖରୀର ସ୍ମାର୍ଟ ପାଚେରୀ, ନିର୍ମାଣ ସରିବା ପରେ ୭ ଦିନ ବି ଗଲାନି

25/07/2021 at 1:26 PM

ବାଙ୍କୀ, ୨୫/୭:  ଭୁଶୁଡ଼ିଲା ସ୍ମାର୍ଟ ପୋଖରୀ ଚାରିପଟେ ନିର୍ମାଣାଧୀନ ସ୍ମାର୍ଟ ପାଚେରୀ ।ଅଳ୍ପକେ ବର୍ତ୍ତିଲେ ଲୋକେ । ନିମ୍ନମାନର କାମ ହେଉଥିବା ଅଭିଯୋଗ ।ତଦନ୍ତ ଦାବି କଲେ ଗ୍ରାମଲୋକେ । ଏଭଳି ଘଟଣା ଦେଖିବକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ଏନଏସି ଅନ୍ତର୍ଗତ ଚକପଦା ଗ୍ରାମ ପୋଖରୀରେ ।

ଏଠାରେ ସରକାରଙ୍କ ପକ୍ଷରୁ  ୧୬ ଲକ୍ଷ  ଟଙ୍କା ବ୍ୟୟ ଅଟକଳରେ ଗ୍ରାମ ପୋଖରୀର ଚାରିପଟେ ପ୍ରାପ୍ତ ଭ୍ରମଣର ବ୍ୟବସ୍ଥା ଓ ପୋଖରୀର ସୌନ୍ଦର୍ଯ୍ୟକରଣ ସହ ପୋଖରୀ ଚାରିପଟେ ସିମେଣ୍ଟ ଢଳାଇ  ୱାର୍ଲ ତିଆରି ହୋଇଥିଲା ।  କାମ ହେବାର  ମାତ୍ର ୭ ଦିନ ନବିତୁଣୁ  ସୁରକ୍ଷା ୱାର୍ଲ ଭୁଶୁଡି ପଡିଛି।  ୱାଲ ଭୁଷୁଡ଼ି ପଡିବାକୁ ନେଇ  ଗ୍ରାମଲୋକଙ୍କ ମଧ୍ୟରେ ଦେଖା ଦେଇଛି ତୀବ୍ର  ଅସନ୍ତୋଷ ।ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ଗ୍ରାମବାସୀ  ।ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି ମଧ୍ୟ କରିଛନ୍ତି ।  

ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ,  ଆଗକୁ ପୋଖରୀର ଚତୁରପାର୍ଶ୍ୱରେ ନୂତନ ଭାବେ  ନିର୍ମାଣାଧୀନ ୱାର୍ଲ ଗୁଡିକ ସମ୍ପୂର୍ଣ ଭୁଶୁଡି ପଡିବାର ଆଂଶକା ରହିଛି । ଏହାକୁ ନେଇ ସେମାନେ  ଭୟଭୀତ ଅବସ୍ଥାରେ ରହିଛନ୍ତି।

ସୂଚନାଯୋଗ୍ୟ, ଏହା ହେଉଛି ଚକାପଦା  ଗ୍ରାମର ଏକମାତ୍ର ପୋଖରୀ ।ଏହି ପୋଖରୀରେ ଗ୍ରାମଲୋକେ ସ୍ନାନଶୌଚ ଆଦି କରିଥାନ୍ତି ।ଏହି ପୋଖରୀରେ ମାଛ ଚାଷ କରାଯାଇ ନିଲାମ ହୁଏ । ଯାହା ଲାଭ ମିଳେ ଗ୍ରାମର ଉନ୍ନୟନମୂଳକ କାମରେ ଲାଗି ଥାଏ । ତେବେ ମାତ୍ର ସାତଦିନ ହେବ ନିର୍ମାଣ ହୋଉଥିବା ବେଳେ କିଭଳି ଭୁଶୁଡ଼ିଲା ଏହି କଂକ୍ରିଟ ୱାର୍ଲ ତାହା ନେଇ  ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହିତ  ଯେଉଁମାନେ ଏଥିରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

   Related Posts