ଗ୍ଲାସଗୋ ୨୬।୬: ପୂର୍ବ ଲଦ୍ଦାଖ ସୀମାରେ ଉତ୍ତେଜନାକୁ ନେଇ ପାକ୍ ଅଧିକୃତ କାଶ୍ମୀରର ପ୍ରତିକ୍ରିୟା ମିଳିଛି। ଗ୍ଲାସଗୋରେ ଅବସ୍ଥାନ କରୁଥିବା ପିଓକେ ପଲିଟାଲ ଆକ୍ଟିଭିଷ୍ଟ ଅମଜାଦ୍ ଆୟୁବ ମିର୍ଜା ଏହି ସଂଘର୍ଷରେ ଆମେ ଭାରତ ପକ୍ଷରୁ ଲଢିବୁ ବୋଲି ଘୋଷଣା କରିଛନ୍ତି। ମିର୍ଜା ପିଓକେ ଅନ୍ତର୍ଗତ ମୀରପୁରର ମୂଳ ବାସିନ୍ଦା। ତେବେ ଭାରତ ହାତରୁ ଅଞ୍ଚଳ ପୃଥକ ହେବା ପରଠାରୁ ପରିବାର ସହ ଗ୍ଲାସଗୋରେ ବସବାସ କରୁଛନ୍ତି।
wp:html/wp:htmlPok and GB stand by India #GilgitBaltistan #IndiaChinaBorderhttps://t.co/7A1X58Sirr
— Amjad Ayub Mirza (@AmjadAyubMirza1) June 26, 2020
ସୀମାରେ ଚୀନ୍ର ଆକ୍ରୋସକୁ ସେ ତୀବ୍ର ନିନ୍ଦା କରିବା ସହ ଗତ ୭୦ ବର୍ଷ ହେଲା ପିଓକେ, ଗିଲଗିଟ, ବାଲିତିସ୍ତାନର ଲୋକଙ୍କୁ ନିଜ ଦେଶରୁ ଜୋର ଜବରଦସ୍ତ ପୃଥକ କରିଦିଆଯାଇଥିବାର ଅଭିଯୋଗ କରିଛନ୍ତି। ଏଥିରେ ଯଦି ଯୁଦ୍ଧ ହେଲା ତେବେ ଭାରତୀୟ ଲୋକେ ଭାରତ ସହ କାନ୍ଧକୁ କାନ୍ଧ ମିଳାଇ ଚୀନ୍ ଓ ମିତ୍ର ରାଷ୍ଚ୍ରଙ୍କ ବିରୋଧରେ ସଂଗ୍ରାମ କରିବେ ବୋଲି କହିଛନ୍ତି। ଚୀନ୍ ଓ ପାକିସ୍ତାନ ମିସି ପିଓକେ ସମେତ ଗିଲଗିଟ ଓ ବାଲତିସ୍ତାନ ଲୋକଙ୍କୁ ଦୀର୍ଘ ବର୍ଷରୁ ଭ୍ରମରେ ରଖିଛନ୍ତି ବୋଲି ମିର୍ଜା କହିଛନ୍ତି।
wp:html/wp:htmlमैं फ्रंट लाइन में शामिल होने में एक पल भी बर्बाद नहीं करूंगा: Dr Amjad Ayub Mirza https://t.co/34VMNI3mlzलद्दाख/9893/#chinaindiaborder #IndiaChinaBorder
— Amjad Ayub Mirza (@AmjadAyubMirza1) June 26, 2020
ତେବେ ଭାରତର ଯିଏ ଶତ୍ରୁ ସେ ପିଓକେ, ଗିଲଗିତ ଓ ବାଲତିସ୍ତାନର ମଧ୍ୟ ଶତ୍ରୁ। ଏଠାକାର ଲୋକେ ଏବେ ମଧ୍ୟ ଏହି ଧାରଣାରେ ରହିଛନ୍ତି। ତେବେ ଏଥିଲାଗି ଭାରତ ପକ୍ଷରୁ ସାମାନ୍ୟ ଉଦ୍ୟମ ହେବା ଦରକାର ବୋଲି ମିର୍ଜା କହିଛନ୍ତି। ଗତ ୧୫ ତାରିଖ ଦିନ ଗଲୱାନ୍ ଘାଟିରେ ଚୀନ୍ ସେନା ୨୦ ଜଣ ଭାରତୀୟ ସେନାଙ୍କୁ ହତ୍ୟା କରିଛନ୍ତି। ଏହା ଚୀନର ମସ୍ତବଡ ଭୁଲ ବୋଲି ମିର୍ଜା କହିଥିବା ବେଳେ ଏହାର ପରିଣାମ ମଧ୍ୟ ତାକୁ ଖୁବ୍ ଶୀଘ୍ର ମିଳିବ ବୋଲି ଚେତାଇ ଦେଇଛନ୍ତି। ସେପଟେ ଉପୁଜିଥିବା ପରିସ୍ଥିତିରେ ଆମେରି ନିଜର ନୀତି ସମୀକ୍ଷା କରୁଛି। ଭାରତ, ତାଇୱାନ୍, ମାଲେସିଆ, ଇଣ୍ଡୋନେସିଆ ଓ ଫିଲପାଇନ୍ସ ଆଦି ଦେଶଙ୍କ ଲାଗି ଚୀନ୍ ଏବେ ବିପଦ ହୋଇ ଉଭା ହୋଇଛି। ଏଣୁ ଆମେରିକା ଏବେ ତାର ସୈନ୍ୟଙ୍କୁ ବୈଶ୍ୱିକ ସ୍ତରରେ ମୁତୟନ କରିବାକୁ ଯୋଜନା କରୁଥିବା ୟୁଏସ୍ ସେକ୍ରେଟାରୀ ଅଫ ଷ୍ଟେଟ୍ ମାଇକ୍ ପମ୍ପେୟୋ ଗୁରୁବାର ବ୍ରସେଲସ୍ରେ କହିଛନ୍ତି।