ପାକିସ୍ତାନ ଓ ଚୀନକୁ ଝଟକା ଦେଲେ ପିଓକେବାସୀ, ଡ୍ରାଗନ୍ ବିରୋଧରେ କଲେ ପ୍ରଦର୍ଶନ

Published By : Prameya-News7 Bureau | July 07, 2020 IST

ଶ୍ରୀନଗର, ୦୭ ।୦୭:  ପାକ୍ ଅଧିକୃତ କାଶ୍ମୀରର ମୁଜଫରାବାଦରେ ଚୀନ ବିରୋଧି ପ୍ରଦର୍ଶନ ଜୋର୍ ଧରିଛି । ଏଠାରେ ରହୁଥିବା ଲୋକମାନେ ନୀଲମ ଓ ଝେଲମ ନଦୀରେ ତିଆରି ହେଉଥିବା ବନ୍ଧ ନିର୍ମାଣକୁ ବିରୋଧ କରିଛନ୍ତି । ସୋମବାର ଲୋକମାନେ ନୀଲମ-ଝେଲମ ଓ କୋହାଲା ହାଇଡ୍ରୋ ପାଓ୍ୱାର ପ୍ରକଳ୍ପ ବିରୋଧରେ ପ୍ରଦର୍ଶନ କରିଛନ୍ତି ।

ପ୍ରଦର୍ଶନକାରୀମାନେ ପାକିସ୍ତାନ ଓ ଚୀନ ଦ୍ୱାରା ନିର୍ମାଣ ହେଉଥିବା ବନ୍ଧ ପାଇଁ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପଡିବ ବୋଲି କହିଛନ୍ତି । ଏହାସହ ସୋସିଆଲ ମିଡିଆରେ ମଧ୍ୟ ହ୍ୟାସଟ୍ୟାଗ୍ ଦେଇ ବିରୋଧ କରିଛନ୍ତି । ଏପରିକି ବିଶ୍ୱସ୍ତରରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି ।

କେଉଁ ନିୟମ ଆଧାରରେ ଚୀନ ଓ ପାକିସ୍ତାନମଧ୍ୟରେ ନଦୀକୁ ନେଇ ଚୁକ୍ତି ହେଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ପାକିସ୍ତାନ ଏ ଚୀନ ନଦୀ ଉପରେ କବଜା କରି ଅନ୍ତରାଷ୍ଟ୍ରୀୟ ସୁରକ୍ଷା ପରିଷଦର ସଙ୍କଳ୍ପକୁ ଉଲଙ୍ଘନ କରିଥିବା ଅଭିଯୋଗ କରିଛନ୍ତି ।

ଜଣେ ପ୍ରଦର୍ଶନକାରୀ କହିଛନ୍ତି ଯେ, ସେମାନେ କୋହାଲା ପ୍ରକଳ୍ପ ଅଭିମୁଖେ ଯାତ୍ରା କରିବେ । ଏହା ବନ୍ଦ ନହେଲା ଯାଏଁ ଆନ୍ଦୋଳନ ହେବ । ସୂଚନାଯୋଗ୍ୟ, ଚୀନ ପାକିସ୍ତାନକୁ ସିପିଇସି ଆଧାରରେ ଝେଲମ ନଦୀରେ ହାଇଡ୍ରୋପାଓ୍ୱାର ପ୍ରକଳ୍ପର ନିର୍ମାଣ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.