ସେନା ଅଧିକାରୀ କଲେ ପର୍ଦ୍ଦାଫାସ, ଭାରତରେ ବଡ଼ଧରଣର ଆକ୍ରମଣ ଲାଗି POKରେ ଠୁଳ ହୋଇଛନ୍ତି ଆତଙ୍କବାଦୀ

Published By : Prameya-News7 Bureau | July 11, 2020 IST

ଜମ୍ମୁ ୧୧।୭ :  ଭାରତରେ ବଡ଼ଧରଣର ଆତଙ୍କବାଦ ଆକ୍ରମଣ ଯୋଜନା କରିଛି ପାକିସ୍ତାନ। ଏଥିଲାଗି ପାକ୍‌ ଅଧିକୃତ କାସ୍ମୀର ଲଞ୍ଚପ୍ୟାଡ୍‌ରେ ଅନୁନ୍ୟ ୩୦୦ ଆତଙ୍କବାଦୀଙ୍କୁ ଠୁଳ କରିଛି। ସେମାନଙ୍କୁ ଭାରତ ସୀମା ଭିତରକୁ ପୁରାଇବା ଲାଗି ମଝିରେ ମଝିରେ ପାକ୍ ସେନା ସିଜ୍ ଫାୟର ଉଲ୍ଲଂଘନ ମଧ୍ୟ କରୁଛନ୍ତି। ତେବେ ଆତଙ୍କବାଦୀଙ୍କ ଅନୁପ୍ରବେଶ ରୋକିବା ଲାଗି ସୁରକ୍ଷା ଗ୍ରିଡ ମଜଭୁତ ଥିବାରୁ ସେମାନେ ଅନୁପ୍ରବେଶ କରିପାରୁନଥିବା ଜିଓସି ମେଜର ଜେନେରାଲ ବୀରେନ୍ଦ୍ର ବତ୍ସ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

{"id":299103,"width":578,"height":434,"sizeSlug":"large"}

ମିଳିଥିବା ଗୁଇନ୍ଦା ସୂଚନାକୁ ଆଧାର କରି ବତ୍ସ କହିଛନ୍ତି ଯେ ପିଓକେରେ ଲଞ୍ଚପ୍ୟାଡ ଏବେ ଭରା ରହିଛି। ଏଠାରେ ଅନୁନ୍ୟ ୨୫୦ରୁ ୩୦୦ ପର୍ଯ୍ୟନ୍ତ ଆତଙ୍କବାଦୀ ଅନୁପ୍ରବେଶ ଲାଗି ଅପେକ୍ଷା କରିରହିଛନ୍ତି। ଆଗକୁ ହିମପାତ ଆରମ୍ଭ ହୋଇଯିବ। ଏଣୁ ଘାଟିରେ ରାସ୍ତା ବନ୍ଦ ହେବା ପୂର୍ବରୁ ସେମାନେ ଅନୁପ୍ରବେଶ ଲାଗି ପ୍ରସ୍ତୁତ ହୋଇ ରହିଛନ୍ତି। ଏହିକ୍ରମରେ ଶନିବାର ସକାଳେ ଅନୁପ୍ରବେଶ ଉଦ୍ୟମ କରି ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବାର ସେ କହିଛନ୍ତି।

{"id":299104,"sizeSlug":"large"}

କୁପୱାଡା ନୌଗାମ ସେକ୍ଟରରେ ଥିବା ପାକିସ୍ତାନ ଚୌକୀରେ ସକାଳେ ସେନା ହଲଚଲ ଦେଖି ଭାରତୀୟ ଜବାନ ପ୍ରସ୍ତୁତ ହୋଇଯାଇଥିଲେ। ଏଥିରେ ୨ ଜଣ ଆତଙ୍କବାଦୀ ତାରବାଡ କାଟି ଅନୁପ୍ରବେଶ ଉଦ୍ୟମ କରିବା ବେଳେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଭାରତୀୟ ସେନା ମୃତ ଆତଙ୍କବାଦୀଙ୍କ ଶବ ଜବତ କରିଛି। ସେମାନଙ୍କ ନିକଟରୁ ୧୨ଟି ଗୁଳିଭରା ମ୍ୟାଗଜିନ ସମେତ ୨ଟି ଏ.କେ. ରାଇଫଲ, ଗୋଟିଏ ପିସ୍ତଲ. କିଛି ହ୍ୟାଣ୍ଡ ଗ୍ରେନେଡ ସମେତ ଭାରତ ଓ ପାକିସ୍ତାନୀ ମୁଦ୍ରାରେ ପ୍ରାୟ ଦେଢ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.