Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବୋର୍ଡ ପରୀକ୍ଷା ପ୍ରଶ୍ନରେ ପିଓକେକୁ କୁହାଗଲା ଆଜାଦ କାଶ୍ମୀର, ଘନେଇଲା ବିବାଦ

7/03/2020 at 5:00 PM

ଭୋପାଳ ୦୭|୦୩:  ମଧ୍ୟ ପ୍ରଦେଶର ବୋର୍ଡ ପରୀକ୍ଷାରେ ପଚରାଯାଇଥିବା ଏକ ପ୍ରଶ୍ନକୁ ନେଇ ବିବାଦ ସୃଷ୍ଟି ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ ବା ଦଶମ ବୋର୍ଡ ପରୀକ୍ଷାରେ ସାମାଜିକ ବିଜ୍ଞାନ ବିଷୟରେ ଆଜାଦ କାଶ୍ମୀରକୁ ନେଇ ପ୍ରଶ୍ନ ଆସିଛି।

ସାମାଜିକ ବିଜ୍ଞାନ ପରୀକ୍ଷାରେ ପ୍ରଶ୍ନପତ୍ରର ୪ ନମ୍ବରରେ ଏକ ସ୍ତମ୍ଭ ମିଳନରେ ଆଜାଦ କାଶ୍ମୀରର ବିକଳ୍ପ ଦିଆଯାଇଥିଲା। ଆଉ ଏକ ପ୍ରଶ୍ନରେ ଭାରତର ମାନଚିତ୍ରରେ ଆଜାଦ କାଶ୍ମୀର ବାବଦରେ ପଚରାଯାଇଛି। ଏଥିରେ ପାକିସ୍ତାନ ଅଧିକୃତ କାଶ୍ମୀରକୁ ଆଜାଦ କାଶ୍ମୀର ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଗୁଗୁଲ ମ୍ୟାପରେ ପିଓକେକୁ ଏକ ବିବଦିତ ଅଂଶ ଭାବେ ଦର୍ଶାଯାଇଥିଲେ। ଭାରତରେ ପିଓକେକୁ କାଶ୍ମୀରରେ ସାମିଲ କରାଯାଇଥିବା ବେଳେ ଅନ୍ୟ ଦେଶରେ ମ୍ୟାପକୁ ଆକସେସ କଲେ ଏହାକୁ ବିବାଦିତ କ୍ଷେତ୍ର ଭାବେ ଦର୍ଶାଯାଇଥିଲା। ଯାହାକୁ ନେଇ ଗୁଗୁଲ ସମାଲୋଚନାର ଶିକାର ହୋଇଥିଲା।

   Related Posts