Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

କେରଳରୁ ଉଦ୍ଧାର ହେଲା ଏକ ନିଆରା ବିଷାକ୍ତ ମାଛ : ଏଣ୍ଡୁଅ ପରି ବଦଳାଉଛି ରଙ୍ଗ

2/06/2020 at 4:42 PM

ମନ୍ନାର ୦୨/୦୬ : ରଙ୍ଗ ବଦଳାଉଥିବା ଏହି ମାଛକୁ ସେଣ୍ଟ୍ରାଲ ମରିନ ଫିସରିଜ ଇନଷ୍ଟିଚ୍ୟୁଟ (CMFRI) ର ବୈଜ୍ଞାନିକ ଖୋଜି ବାହାର କରିଛନ୍ତି | ଏହି ମାଛର ନାଁ ହେଲା ସ୍କର୍ପିଅନଫିସ | ମାଛର କିଛି ଫଟୋ (CMFRI) ନିଜ ଟ୍ୱିଟର ପେଜରେ ସେୟାର କରିଛନ୍ତି | CMFRI ର ଡାକ୍ତର ଜିଓବାଷ୍କରନ କହିଛନ୍ତି ଯେ ସ୍କର୍ପିଅନଫିସକୁ ମନ୍ନାର ପ୍ରାନ୍ତରୁ ଉଦ୍ଧାର କରାଯାଇଥିଲା | ଯେତେବେଳେ ଏହାକୁ ଉଦ୍ଧାର କରାଯାଇଥିଲା ସେତେବେଳେ ସେ ଘାସରେ ଲୁଚିଥିଲା | ଦେଶରେ ପ୍ରଥମଥର ଏହିଭଳି ଏକ ମାଛ ଉଦ୍ଧାର ହୋଇଛି ବୋଲି ସେ କହିଛନ୍ତି |

CMFRI ବୈଜ୍ଞାନିକ କହିଛନ୍ତି ମାଛ ନିଜ ମେରୁଦଣ୍ଡରେ ବିଷ ସଞ୍ଚୟ କରି ରଖିପାରେ | ଗମ୍ଭୀର ପରିସ୍ଥିତିରେ ସେ ନିଜ ଶରୀରର ରଙ୍ଗ ବଦଳାଇଥାଏ | ରଙ୍ଗ ବଦଳାଇବାରେ ମାଛ ନିଜ ମେରୁଦଣ୍ଡରେ ସଞ୍ଚୟ କରିଥିବା ବିଷକୁ ଉପଯୋଗ କରିଥାଏ |

ସ୍କର୍ପିଅନଫିସର ବୈଜ୍ଞାନିକ ନାଁ ସ୍କର୍ପିନୋସ୍ପେସିଜ ନଇଗଲେକ୍ଟା | ଏହାର ବିଶେଷତ୍ୱ ହେଲା ମାଛଟି ମାତ୍ର ୪ ସେକେଣ୍ଡରେ ନିଜର ରଙ୍ଗ ବଦଳାଇ ଦେଇଥାଏ | ଏହା ଅତ୍ୟନ୍ତ ବିଷାକ୍ତ ମାଛ | ଏହାର ସେନ୍ସରି ଅର୍ଗାନ ଲାଞ୍ଜରେ ଥାଏ |

   Related Posts