Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଷାକ୍ତ ଦୁର୍ଲଭ ସାପ ଉଦ୍ଧାର

29/07/2019 at 1:33 PM

ମୟୂରଭଞ୍ଜ  ୨୯/୭: ଉଦଳା ଅଂଚଳରୁ ଏକ ବିଷାକ୍ତ ଦୁର୍ଲଭ ସାପ ଉଦ୍ଧାର ହୋଇଛି । ଏହି ସାପଟି ବିଶେଷ ଭାବେ ଦେଖିବାକୁ ମିଳୁନଥିବାବେଳେ ଏହାକୁ ଉଦ୍ଧାର କରିଛନ୍ତି ସ୍ନେକ ଲାଇଫ୍ ଲାଇନର ସଦସ୍ୟମାନେ । 

ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ ରାଢୋ ଗ୍ରାମରୁ ଏକ ବିଷାକ୍ତ ଦୁର୍ଲଭ ସାପ ଉଦ୍ଧାର କରାଯାଇଛି । ସାପଟିକୁ ଉଦ୍ଧାର କରିଛନ୍ତି ସ୍ନେକ ଲାଇଫ୍ ଲାଇନର ସଦସ୍ୟ । ରାଢୋ ଗ୍ରାମର କିରଣ ବିଶ୍ବାଳଙ୍କ ଫାର୍ମ ହାଉସ ଚାଳ ଉପରେ ଏକ ସାପ ଥିବାର ଦେଖିବାକୁ ପାଇଥିଲେ । ପରେ ଏ ନେଇ ସ୍ନେକ ଲାଇଫ୍ ଲାଇନର ସଦସ୍ୟଙ୍କୁ ଜଣାଇବା ପରେ ସ୍ନେକ ଲାଇଫ୍ ଲାଇନର ସଦସ୍ୟ ରାକେଶ କୁମାର ମହାଳିକ ଏବଂ ଅଭିଜିତ୍ ବେହେରା  ଘଟଣାସ୍ଥଳରେ ପହଂଚି ସାପଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଛନ୍ତି। ଉଦ୍ଧାର ସାପଟିର ନାମ ବାମ୍ବପିଟ୍ ଭାଇପର ବା ଫଟକା ବୋଡା ସାପ କୁହାଯାଏ । ସାପଟିର ଲମ୍ବ ୨ଫୁଟ୍ ରହିଥିବାବେଳେ ଉଦ୍ଧାର ସାପଟିକୁ ରାଢୋ ଜଙ୍ଗଲରେ ଛାଡି ଦିଆଯାଇଛି । ସାପଟି ବହୁତ କମ୍ ଦେଖିବାକୁ ମିଳୁଥିବାବେଳେ ଏହି ସାପଟି ବହୁତ ବିଷାକ୍ତ ବୋଲି ଜଣାଯାଇଛି । ସାପଟି ମୁଖ୍ୟତଃ ବାଉଁଶ ବୁଦାମାନଙ୍କରେ ରହୁଥିବା ଜଣାଯାଇଛି ।  

   Related Posts