ସିନ୍ଦୁର ଓ ବିନ୍ଦିରେ ଥିବା ଘାତକ ତତ୍ୱର ହେବ ଯାଞ୍ଚ, ଏମସ୍ ବି ସ୍ୱୀକାର କଲେ ଏସବୁ ତ୍ୱଚାକୁ କରୁଛି ଖରାପ

Published By : Prameya-News7 Bureau | September 01, 2019 IST

ନୂଆଦିଲ୍ଲୀ :  ବର୍ଷ ବର୍ଷ ଧରି ହିନ୍ଦୁ ନାରୀରର ସୋହାଗ ସନ୍ତକ ରହି ଆସିଥିବା ସିନ୍ଦୁର ଓ ବିନ୍ଦିରେ ଭୟଙ୍କର ହାନିକାରକ ତତ୍ୱ ଥିବା ଏବେ ନଜରକୁ ଆସିଛି। ଏଣୁ କେନ୍ଦ୍ର ସରକାର ଏ ନେଇ ଖୁବ୍ ଶୀଘ୍ର ଏହାର ପ୍ରସ୍ତୁତି ସମ୍ପର୍କିତ ନିୟମ ପ୍ରଣୟନ କରିବା ସହ ମାନକ ନିର୍ଦ୍ଧାରଣ କରିବେ ବୋଲି ଅନୁମାନ କରାଯାଉଛି। ମହିଳା ମଥାରେ ଲଗାଉ ଥିବା ସିନ୍ଦୁର ଓ ବିନ୍ଦିରେ ଘାତକ ତତ୍ୱ ଥିବା ନେଇ ପୂର୍ବରୁ ଅନେକ ଡାକ୍ତରୀ ସଂସ୍ଥା ଅଭିଯୋଗ କରିଛନ୍ତି। ହେଲେ ଏହା ଏମସ୍ ଦ୍ୱାରା ପ୍ରମାଣିତ ହେବା ପରେ ସରକାର ଏବେ ଚେତିଛନ୍ତି।

{"id":151863,"width":578,"height":271}

ଦିଲ୍ଲୀ ଏମସ୍ ର ଚର୍ମ ରୋଗ ବିଭାଗର ଅଧ୍ୟକ୍ଷ ଡା. ବି.କେ. ଶର୍ମା କହିଛନ୍ତି ଯେ ସିନ୍ଦୁର ଓ ବିନ୍ଦି ହିନ୍ଦୁ ମହିଳାଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟରୁ ଅନ୍ୟତମ। ଏଥିଲାଗି ବଡ ସହରଠାରୁ ଆରମ୍ଭ କରି ସାରା ଦେଶରେ ଅନେକ ଛୋଟ ବଡ କାରଖାନା ବି ରହିଛି। ହେଲେ ଏହାର ପ୍ରସ୍ତୁତି ପ୍ରଣାଳି ଲାଗି ଏପର୍ଯ୍ୟନ୍ତ କୌଣସି ମାନକ ନିର୍ଦ୍ଧାରିତ ହୋଇ ନାହିଁ। ଏଥି ଲାଗି ଏହି ସବୁ ସାମଗ୍ରୀରେ ଏଜିଡାଈ ନାମକ ବିଷାକ୍ତ ରସାୟନିକ ପଦାର୍ଥ ମିସା ଯାଉଛି। ତ୍ୱଚା ଉପରେ ଏହାର ଗଭୀର ପ୍ରଭାବ ପଡୁଥିବା ବେଳେ ଶେଷକୁ ମହିଳାଙ୍କୁ ଅସ୍ତ୍ରୋପଚାରର ସମ୍ମୁଖୀନ ହେବାକୁ ପଡୁଛି।

{"id":151864,"width":582,"height":278}

ଏଜି ଡାଈ ନା କେବଳ ତ୍ୱଚାକୁ ପତଳା କରୁଛି, କେବେ କେବେ ତ୍ୱଚାରେ ଏଲର୍ଜି ମଧ୍ୟ ହେଉଛି। କେବଳ ଏଜିଡାଇ ନୁହେଁ ପିପିଡି ନାମକ ଅନ୍ୟ ଏକ ହାନିକାରକ ତତ୍ୱ ମଧ୍ୟ ମିଳିଛି। ହର୍ବଲ ସିନ୍ଦୁର ବୋଲି ଲୋକେ ବିଶ୍ୱାସରେ ଲଗାଇ ହଇରାଣରେ ପଡୁଛନ୍ତି। ଏଣୁ ଦେଶରେ ସିନ୍ଦୁର ପ୍ରସ୍ତୁତକର୍ତ୍ତାଙ୍କ ନିମନ୍ତେ ଗୁଣବତ୍ତା ନିୟନ୍ତ୍ରଣ ଲାଗି ସରକାର ଏବେ ଗୁରୁତର ସହ ଚିନ୍ତା କରୁଛନ୍ତି। ଯେହେତୁ ଭାରତରେ ମହିଳାଙ୍କୁ ସିନ୍ଦୁର ଲଗାନ୍ତୁ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରିହେବନି ତେହେତୁ ଏଥିଲାଗି ପଦକ୍ଷେପ ନେବା ଲାଗି ସରକାରୀ ସଂସ୍ଥାନର ତ୍ୱଚା ରୋଗ ବିଶେଷଜ୍ଞଙ୍କ ସମେତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ଉଚ୍ଚ ଅଧିକାରୀ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସିନ୍ଦୁର ଓ ବିନ୍ଦିର ପ୍ରସ୍ତୁତି ସମ୍ପର୍କିତ ନିୟମ ଖୁବ୍ ଶୀଘ୍ର ଲାଗୁ କରିବା ଉପରେ ପ୍ରାଥମିକତା ଦିଆଯାଇଥିବା ବୈଠକରେ ଉପସ୍ଥିତ ଏମସ୍ ତ୍ୱଚାରୋଗ ବିଭାଗର ଅଧ୍ୟକ୍ଷ ଡା. ଶର୍ମା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.