ବିଷାକ୍ତ ଛତୁ ଖାଇ ୮ ଅସୁସ୍ଥ

Published By : Prameya-News7 Bureau | July 03, 2020 IST

ଚନ୍ଦାହାଣ୍ଡି, ୦୩|୦୭ :  ବିଷାକ୍ତ ଛତୁ ଖାଇ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଦଳବେତା ପଞ୍ଚାୟକ ବନାମହୁଲ ଗ୍ରାମର ଦୁଇଟି ପରିବାରର ୮ଜଣ ଅସୁସ୍ଥ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ଅସୁସ୍ଥମାନେ ହେଲେ କେଶରୀ, ପଦ୍ମା, ଲଳିତା, ଗୋରୀ, ରଣେନ୍ଦ୍ର, ପଦ୍ମିନୀ, ଯମୁନା ଓ ଦେମନି । ସମସ୍ତଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ସୂଚନାନୁସାରେ, ଏହି ଦୁଇଟି ପରିବାର ନିକଟସ୍ଥ ଜଙ୍ଗଲରୁ ପାଳଛତୁ ତୋଳିବାକୁ ଯାଇଥିଲେ । ଏହାକୁ ଆଣି ଘରେ ରୋଷେଇ କରିଥିଲେ । ତେବେ ଖାଇବା ପରେ ସମସ୍ତଙ୍କ ଝାଡାବାନ୍ତି ହେବା ସହ ମୁଣ୍ଡ ବୁଲାଇଥିଲା । ସେମାନଙ୍କୁ ତୁରନ୍ତ ଚନ୍ଦାହାଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.