ବାହାଘର ଚା'ରେ ବିଷ: ୧୧ ଜଣଙ୍କ ଅବସ୍ଥା ଗୁରୁତର, ବାଲେଶ୍ବର ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | March 11, 2020 IST

ବାଲେଶ୍ବର୧୧/୩: ଚା ପାଲଟିଗଲା ବିଷ। ବାହାଘର ଭୋଜିରେ ବିଷାକ୍ତ ଚା ପିଇ ୧୫ ରୁ ଉର୍ଦ୍ଧ୍ବ ଲୋକ ଅସୁସ୍ଥ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଗୁରୁତର।  ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଳା ଭୋଗରାଇ ଅଞ୍ଚଳର ନାଫରାଇରେ। ଚା ତିଆରି ବେଳେ ସେଥିରେ କୀଟନାଶକ ପଡିଯାଇଥିବା ଅଭିଯୋଗ ହୋଇଛି । ସମସ୍ତ ଅସୁସ୍ଥଙ୍କୁ ପ୍ରଥମେ ଶ୍ରଦ୍ଧାପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ପରେ ଭୋଗରାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ତେବେ ସେମାନଙ୍କ ଭିତରୁ ୧୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବିବାହ ଭୋଜି ବେଳେ ତିଆରି ହୋଇଥିବା ଚା  ପିଇ ସମସ୍ତେ ଅସୁସ୍ଥ ହୋଇଛନ୍ତି । ସମସ୍ତ ଗୁରୁତର ନାଫରାଇ ଅଞ୍ଚଳର ବୋଲି ଜଣାପଡିଛି । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। କିିପରି ଚା ରେ କୀଟନାଶକ ପଡ଼ିଲା ତା ନେଇ ଏପର୍ଯ୍ୟନ୍ତି କୌଣସି ସୁରାଗ ମିଳି ପାରି ନାହିଁ। ବାହାଘର ଭୋଜିରେ ହଜାର ହଜାର ଅତିଥି ଆମନ୍ତ୍ରିତ ହୋଇଥାଆନ୍ତି। ସେଥିପାଇଁ ଭୋଜିର ଆୟୋଜନ ହୋଇଥାଏ। ହେଲେ ରୋଷେଇ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ଏଭଳି ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.