Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ରାସ୍ତାରେ ଟଙ୍କା ଛଡାଇବା ସହ ବିଷ ପିଆଇଲେ, ଅବସ୍ଥା ସଙ୍କଟା ପନ୍ନ

5/11/2019 at 11:06 PM

ବାଲେଶ୍ୱର ୦୫।୧୧ – ବାଲେଶ୍ଵର ଜିଲ୍ଲା ନୀଳଗିରି ଅଂଚଳରେ ଚାଞ୍ଚଲ୍ୟ । ରାତି ୮ ଟାରେ ଘରକୁ ଫେରୁଥିବା ଜଣେ ବ୍ୟକ୍ତିଙ୍କ ଠାରୁ ଦୁର୍ବୃତ୍ତ ଟଙ୍କା ଛଡାଇ ନେବା ସହ ତାଙ୍କୁ ଜୋର ଜବରଦସ୍ତ ବିଷ ପିଆଇ ଦେଇଛନ୍ତି । ଔପଦା ବ୍ଲକ ଦକ୍ଷିଣ ନରସିଂପୁର ପଂଚାୟତ ରାଜନଗର ଗ୍ରାମର ଗୋବିନ୍ଦ ମଲ୍ଲିକ ବଜାରରୁ ଔଷଧ କିଣି ଫେରୁଥିଲେ । ତେବେ ଓଲଡଙ୍ଗ ରାଜନଗର ରାସ୍ତାର ଏକ ପୋଲ ନିକଟରେ ଚାରି ପାଞ୍ଚ ଜଣ ଦୁର୍ବୁତ୍ତ ତାଙ୍କ ଠାରୁ ଟଙ୍କା ଛ଼ଡାଇ ନେଇଥିଲେ । ପ୍ରତିବାଦ କରିବାରୁ ତାଙ୍କୁ ବିଷ ପିଆଇ ଦେଇଥିବା କୁହାଯାଇଛି ।


ତେବେ ଟଙ୍କା ଛଡାଇ କଣ ପାଇଁ ବିଷ ପିଆଇଲେ ଏ ନେଇ ସନ୍ଦେହ ଉପୁଜିଛି । ଗୁରୁତର ଭାବେ ଗୋବିନ୍ଦଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତି କରାଯାଇଛି । ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି….

   Related Posts