Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଯାହାକୁ ରଖିବେ ଅନନ୍ତ…ରେଳ ଧାରଣାରେ ପଡିଗଲା ଶିଶୁ, ନିଜ ଜୀବନକୁ ବାଜି ଲଗାଇ ଚଳନ୍ତା ଟ୍ରେନ୍ ଆଗରୁ ଶିଶୁକୁ ରକ୍ଷା କଲେ ସ୍ୱିଚ୍‌ମ୍ୟାନ୍

19/04/2021 at 1:25 PM

ମୁମ୍ବାଇ ୧୯/୦୪ : କଥାରେ ଅଛି ଯାହାକୁ ରଖିବେ ଅନନ୍ତ କେ କରିପାରେ ବଳବନ୍ତ। ଏହି ଢଗ ଆପଣ ଅନେକଥର ଶୁଣିଥିବେ। ଆଜି ଏମିତି ଏକ ଘଟଣା ଦେଖନ୍ତୁ। ଏହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଛି। ଭିଡିଓ ଦେଖିଆ ଆପଣ ଏହି ଢଗ ଉପରେ ନିଶ୍ଚୟ ବିଶ୍ୱାସ କରିବେ।

ମାମଲା ମହାରାଷ୍ଟ୍ରର ମୁମ୍ବାଇ ଡିଭିଜନର। ମହାରାଷ୍ଟ୍ର ବାଙ୍ଗନି ଷ୍ଟେସନର ୨ ନମ୍ବର ପ୍ଲାଟଫର୍ମରେ ଏକ ଶିଶୁ ଜଣେ ମହିଳାଙ୍କ ସହ ଛିଡା ହୋଇଥିଲା। ଛିଡା ହୋଇଥିବା ସମୟରେ ଶିଶୁ ଅନିୟନ୍ତ୍ରିତ ହୋଇ ରେଳ ଧାରଣାରେ ପଡିଗଲା। ଠିକ୍ ଏତିକିବେଳେ ଆର ସାଇଡରୁ ଏକ ଟ୍ରେନ୍ ଆସୁଥିଲା। ମହିଳା ସେ କଣ କରିବେ କଣ ନାହିଁ କିଛି ବୁଝିବା ପୂର୍ବରୁ ସେଠାରେ ଥିବା ଜଣେ ସ୍ୱିଚମ୍ୟାନ ଦୌଡ଼ି ଆସି ଆଖି ପିଛୁଳାକେ ଶିଶୁକୁ ସେଠାରେ ଉଦ୍ଧାର କରିଥିଲେ। ପୁରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଭିଡିଓକୁ ରେଳମନ୍ତ୍ରୀ ପିୟୁଷ ଗୋୟଲ ଟ୍ୱିଟରରେ ସେୟାର କରିଛନ୍ତି।

ଭିଡିଓକୁ ଏବେ ସୁଦ୍ଧା ୮ ହଜାର ୟୁଜର୍ସ ଲାଇକ କରିଛନ୍ତି ଓ ୨ ହଜାରରୁ ଅଧିକ ଥର ରିଟ୍ୱିଟ କରାଯାଇଛି। ଶିଶୁକୁ ରକ୍ଷା କରିଥିବା ପଏଣ୍ଟମ୍ୟାନ୍ ମୟୁର ଶେଲଖେ କହିଛନ୍ତି ଯେତେବେଳେ ସେ ଡ୍ୟୁଟିରେ ଥିଲେ ସେତେବେଳେ ସିଏସଟି ଆଡକୁ ଯିବାକୁଥିବା ଉଦ୍ୟାନ ଏକ୍ସପ୍ରେସ ଆସୁଥିଲା। ସେତେବେଳେ ଜଣେ ଅନ୍ଧ ମହିଳା ନିଜ ଶିଶୁ ସହ ପ୍ଲାଟଫର୍ମ ଆଡକୁ ଯାଉଥିଲେ। ଛିଡା ହୋଇଥିବା ସମୟରେ ଶିଶୁ ଅନିୟନ୍ତ୍ରିତ ହୋଇ ରେଳ ଧାରଣାରେ ପଡିଯାଇଥିଲା। ଠିକ ସେତେବେଳେ ସାମ୍ନା ପଟୁ ଟ୍ରେନ ଆସୁଥିଲା। ସେତେବେଳେ ଶିଶୁକୁ ରକ୍ଷା କରିବା ତାଙ୍କ ପାଇଁ ଜରୁରୀ ଥିଲେ। ସେ ଶିଶୁ ପାଖକୁ ଦୌଡ଼ି ଥିଲେ। ସେ ନିଜ ଜୀବନକୁ ବାଜି ଲଗାଇ ଆଖି ପିଛୁଳାକେ ଚଳନ୍ତା ଟ୍ରେନ ଆଗରୁ ଶିଶୁକୁ ରକ୍ଷା କରିଥିଲେ।

   Related Posts