ଆରପାରିରେ ‘ଗେଲିବୋଉ’ର କବି ଲକ୍ଷ୍ମୀଧର ଦଳେଇ

Published By : Prameya-News7 Bureau | September 22, 2021 IST

ଭୁବନେଶ୍ୱର, ୨୨।୦୯: ଚାଲିଗଲେ ‘ଗେଲିବୋଉ’ର କବି  ଲକ୍ଷ୍ମୀଧର ଦଳେଇ । ୨୧ ତାରିଖ ରାତି ୯ଟାରେ ତାଙ୍କର ଦେହାନ୍ତ ହୋଇଛି । ନିଜ ଅଞ୍ଚଳରେ ତାଙ୍କୁ ‘ଗୁଜୁରୀ ଭାଇ’ ବୋଲି ଡାକୁଥିଲେ । ତାଙ୍କ କବିତା ଥିଲା ଖୁବ ହୃଦୟସ୍ପର୍ଶୀ । ଗ୍ରାମୀଣ ଜୀବନର କଥାକୁ ନେଇ ସେ ଖୁବ ସୁନ୍ଦର ସାଟାୟାର ଧର୍ମୀ କବିତା ଲେଖୁଥିଲେ ।  ନ୍ୟୁଜ7ର ’ବ୍ୟଙ୍ଗଷ୍ଟାର’ କାର୍ଯ୍ୟକ୍ରମରେ ସେ ସାମିଲ ଥିଲେ । ତାଙ୍କ ‘ଗେଲି ବୋଉ’ ସିରିଜର କବିତା ଏକଦା ଖୁବ ଦର୍ଶକୀୟ ଆଦୃତି ପାଇଥିଲା । 

ପିପିଲି-ଡେଲାଙ୍ଗ ସାହିତ୍ୟ ସଭା ଗୁଡ଼ିକରେ ତାଙ୍କୁ ଦେଖିବାକୁ ଓ ତାଙ୍କ କବିତା ଶୁଣିବାକୁ ମିଳୁଥିଲା । ସାଧାରଣ ଜୀବନରେ ସେ ଥିଲେ ଖୁବ ସରଳ ଓ ଅମାୟିକ । ଗାଁ ସଂସ୍କୃତିକୁ ନେଇ ସେ କବିତା ସବୁ ଲେଖୁଥିଲେ । ସାହିତ୍ୟ ଅନୁଷ୍ଠାନ ‘ଚେତନା ଓଡ଼ିଶା’ର ସେ ଥିଲେ ଉପ-ସଭାପତି । ତାଙ୍କ ମୃତ୍ୟୁରେ ସାହିତ୍ୟିକ ବନ୍ଧୁ ଓ ପ୍ରିୟ ପରିଜନମାନେ ଗଭୀର ଶୋକପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.