କବି ବା ଲେଖକର ହୃଦୟର ଭାଷା ହେଉଛି ସାହିତ୍ୟ – ସମାଜର ମଙ୍ଗଳ ପାଇଁ ଏହା ଉଦ୍ଦିଷ୍ଟ ହେବା ଉଚିତ୍, ସୋଆ ଲିଟେରାରୀ ଫେଷ୍ଟିଭାଲରେ ମତ ଦେଲେ ଦେଶର ବିଶିଷ୍ଟ ସାହିତ୍ୟିକ
2/02/2020 at 6:30 PM

ଭୁବନେଶ୍ୱର୦୨।୦୨ – ସାହିତ୍ୟିକକୁ ଧର୍ମ ,ବର୍ଣ୍ଣ, ରଙ୍ଗ, ଜାତି ବା ଲିଙ୍ଗରେ ବିଭକ୍ତ କରିବା ଅନୁଚିତ୍ । କବି ବା ଲେଖକର ହୃଦୟ ର ଭାଷା ହେଉଛି ସାହିତ୍ୟ । ସମାଜର ମଙ୍ଗଳ ପାଇଁ ଏହା ଉଦ୍ଦିଷ୍ଟ ହେବା ଉଚିତ୍ । ସୋଆ ଲିଟେରାରୀ ଫେଷ୍ଟିଭାଲ ର ଉଦଯାପନୀ ଦିବସରେ ଦେଶର ବିଭିନ୍ନ କୋଣ ରୁ ଆସିଥିବା ସାହିତ୍ୟିକମାନେ ଏଭଳି ମତ ପ୍ରକାଶ କରିଛନ୍ତି।

ଶଦ୍ଦରେ ସୃଜନ ଭରିପାରିଲେ ତାହା ଶକ୍ତି ରେ ପରିଣତ ହୁଏ । ସେହି ଶକ୍ତି ମାଧ୍ୟମରେ ଦୁନିଆକୁ ଜିତିପାରେ ଜଣେ ଲେଖକ। ପୃଥିବୀର ଗୋଟିଏ କୋଣର ଲେଖକ ନିଜ ରଚନା ମାଧ୍ୟମରେ ପୃଥିବୀର ଅନ୍ୟ ଭାଗର ଜନମାନସକୁ ଜୟଲାଭ କରିପାରେ । ତାହାହିଁ ସାହିତ୍ୟର ଆକର୍ଷଣ । ସମୟ ବଦଳୁଛି। ପୁରୁଷ ପ୍ରଧାନ ସମାଜର ଧାରାକୁ ଡେଇଁ ନାରୀମାନେ ସାହିତ୍ୟ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରୁଛନ୍ତି । ତାହାହିଁ ଆଧୁନିକ ସାହିତ୍ୟକୁ ରୁଦ୍ଧିମନ୍ତ କରୁଛି। ଯଦି ସୀତା କିମ୍ବା ଦ୍ରୌପଦୀ ରାମା୍ୟଣ ବା ମହାଭାରତ ଲେଖିଥାନ୍ତେ ତେବେ ହୁଏତ ସେ ସବୁ ମହାକାବ୍ୟ ଭିନ୍ନ ହୋଇଥାନ୍ତା ବୋଲି ସୋଆ ସାହିତ୍ୟ ମହାକୁମ୍ଭ ରେ ଏଭଳି ମତ ରଖିଛନ୍ତି ଅନେକ ଲେଖିକା ।

ସୋଆ ସାହିତ୍ୟ ମହାକୁମ୍ଭ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାହିତ୍ୟିକମାନଙ୍କୁ ସମାନ ଏବଂ ସ୍ବତନ୍ତ୍ର ସୂଯୋଗ ଦେଇଛି । ଏହି ଦୁଇଦିନିଆ ସାହିତ୍ୟ ମହାକୁମ୍ଭ ରେ ଭିନ୍ନ ଭିନ୍ନ ପ୍ରସଙ୍ଗ ଉପରେ ନିଖୁଣ ଭାବେ ଆଲୋଚନା କରାଯାଇପାରିଛି । ଏହାର ଆୟୋଜନ ପ୍ରଶଂସନୀୟ ବୋଲି ଏଥିରେ ଅଂଶଗ୍ରହଣ କରିଥିବା ବିଶିଷ୍ଠ ଅତିଥୀ ମାନେ ନିଜ ନିଜ ମତରେ କହିଛନ୍ତି।

କାହାଣୀ ସବୁଠି ଅଛି । ସାହିତ୍ୟ ପାଇଁ ସୂଯୋଗ ମଧ୍ୟ ଅଛି । ସାହିତ୍ୟିକ ଯେତିକି ସମ୍ମାନ ପାଇବାକୁ ହକଦାର୍ ତାହା ସମାଜ ଅନେକ ସମୟରେ ଦେଇନଥାଏ । ତେବେ ଏଭଳି ସାହିତ୍ୟକୁମ୍ଭ ଲେଖକକୁ ପ୍ରେରଣା ଦେବ। ପୁଣି ତାର ଲେଖନୀ ଚାଳନା କରିବା ଲାଗି।