Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ନିଆଳି ମାଧବ ପୀଠରୁ ଶ୍ରୀକ୍ଷେତ୍ର ଅଭିମୁଖେ ପୋଢୁଆଁ ଯାତ୍ରା, ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସାମିଲ

19/11/2019 at 8:41 AM

ଭୁବନେଶ୍ବର ୧୯।୧୧: ଆଜି  ନିଆଳି  ମାଧବଙ୍କ ପୀଠ ତଥା ଅରୁନ୍ଧତୀପୁରରୁ  ଶ୍ରୀକ୍ଷେତ୍ର  ଅଭିମୁଖେ ବାହାରିଛି ପୋଢୁଆଁ ଯାତ୍ରା । ଏହା ମହାପ୍ରଭୁ  ଶ୍ରୀଜଗନ୍ନାଥଙ୍କ ମାମୁଁଘର ।

ମାର୍ଗଶିର ମାସ ଅଷ୍ଟମୀ  ତିଥିରେ ଏହି ପୀଠରେ ପୋଢୁଆଁ  ଅଷ୍ଟମୀ ପାଳିତ ହୁଏ ।  ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୋଢୁଆଁ ପାଇଁ  ଆଜି ଅଷ୍ଟମୀ ଭାର  ନିଆଳି ମାଧବ ପୀଠରୁ ପୁରୀ ଶ୍ରୀକ୍ଷେତ୍ର ଯାଉଛି । ଏହି ପରମ୍ପରା  ବହୁଦିନ ହେଲା ବନ୍ଦ ଥିଲା । 

ପ୍ରଥମେ ନିଆଳି ମାଧବଙ୍କୁ  ସ୍ନାନ ମାର୍ଜନା ପରେ ରାଜା ରାଜେଶ୍ବର ବେଶରେ ସଜ୍ଜିତ କରାଯାଇ  ମନ୍ଦିରରୁ  ବେଭାର ଶୋଭାଯାତ୍ରା ଆରମ୍ଭ ହୋଇଛି ।  ସଂକୀର୍ତ୍ତନ ମଣ୍ଡଳି ସହ ବହୁ ଶ୍ରଦ୍ଧାଳୁ ଏକ ଶୋଭାଯାତ୍ରା  ମାଧବଙ୍କ ପୀଠରୁ  ପୋଢୁଆଁ ଭାର ନେଇ  ଚନ୍ଦ୍ର ମଉଳି, ଚାରିଛକ, ବାଲିଘାଇ ଦେଇ   ପରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିବେ ।

ସେଠାରୁ ପୁଣି  ଶୋଭଯାତ୍ରା ଯାଇ  ସିଂହଦ୍ବାର ନିକଟରେ ପହଞ୍ଚିବ  । ଶ୍ରୀମନ୍ଦିର  ସିଂହଦ୍ବାରାରେ ସେବକଙ୍କ ଦ୍ବାରା ପୋଢୁଆଁ ବସ୍ତ୍ର ଓ ସାମଗ୍ରୀ ଗ୍ରହଣ  କରାଯିବ ।  ଏହାସହ  ମାଧବଙ୍କ ପୀଠରୁ ଯାଇଥିବା ଚାଉଳ, ବିରି, ନଡିଆ, ଗୁଡ, ପାଚିଲା କଦଳୀ, ଖିଅ ଓ ଗୋପାଳ ବଲ୍ଲବ ପାଇଁ  ବିଭିନ୍ନ  ଫଳମୂଳ  ଶ୍ରୀମନ୍ଦିର ସେବକଙ୍କୁ ପ୍ରଦାନ କରାଯିବ ।

ମହାପ୍ରଭୁଙ୍କ ଅବକାଶ ଓ ଧୂପରେ ପୋଢୁଆଁ ବସ୍ତ୍ର ଲଗି ହେବ ଓ  ପୁରୀ ବଡଦାଣ୍ଡରେ ମାଧବପୀଠରୁ ଯାଇଥିବା ପିଠା ଭକ୍ତ  ଶ୍ରଦ୍ଧାଳୁଙ୍କୁ  ବଣ୍ଟନ କାର୍ଯ୍ୟକ୍ରମ ରିହଛି ।

   Related Posts