ଗ୍ରେଟର ନୋଏଡାକୁ ଜେବର ବିମାନ ବନ୍ଦର ସହ ସଂଯୁକ୍ତ କରିବ ଚାଳକ ବିହୀନ pod taxi, ମିଳିବ ସମସ୍ୟା ମୁକ୍ତ ଯାତ୍ରାର ଅନୁଭବ

Published By : Prameya-News7 Bureau | March 04, 2021 IST

ଗ୍ରେଟର ନୋଏଡା ୪।୩: ଉତ୍ତରପ୍ରଦେଶ ଜେବରରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନ ବନ୍ଦର ସହ ଗ୍ରେଟର ନୋଏଡାକୁ ଚାଳକ ବିହୀନ ପୋଡ ଟ୍ୟାକ୍ସି ଦ୍ୱାରା ସଂଯୁକ୍ତ କରାଯିବ। ପାଶ୍ଟାତ୍ୟ ଦେଶମାନଙ୍କରେ ପୋଡ ଟ୍ୟାକ୍ସି ଏକ ଲୋକପ୍ରିୟ ପରିବହନ ବ୍ୟବସ୍ଥା। ଏଥିରେ ଥରକରେ ୪ରୁ ୬ ଜଣ ବସିବାର ବ୍ୟବସ୍ଥା ଥିବା ବେଳେ ଚାଳକ ନଥାଏ। ଯାତ୍ରୀଙ୍କୁ ସମସ୍ୟା ମୁକ୍ତ ଯାତ୍ରାର ଅନୁଭବ ଦେବାରେ ଏହି ପରିବହନ ବ୍ୟବସ୍ଥା ବେଶ୍ ସୁରକ୍ଷିତ ମଧ୍ୟ।

{"id":417907,"sizeSlug":"large","linkDestination":"none"}

ଜେବର ବିଜେପି ବିଧାୟକ ଧିରେନ୍ଦ୍ର ସିଂହ କହିଛନ୍ତି ଯେ ଗ୍ରେଟର ନୋଏଡାକୁ ଯୋଗାଯୋଗ ଲାଗି ଆମ ପାଖରେ ଏବେ ମେଟ୍ରୋ ସୁବିଧା ଅଛି। ତେବେ ପ୍ରସ୍ତାବିତ ବିମାନ ବନ୍ଦର ପର୍ଯ୍ୟନ୍ତ ପ୍ରାୟ ୨୫ କିଲୋମିଟର କେବଳ ସଡ଼କ ପରିବହନ ବ୍ୟବସ୍ଥା କରିହେବ। ଏଥିରେ ପୋଡ ଟ୍ୟାକ୍ସି ଯଦି ଉପଯୋଗକୁ ଆସେ ଲୋକେ ବେଶ୍ ସୁରଖୁରୁରେ ସମସ୍ୟାମୁକ୍ତ ଯାତ୍ରା କରିପାରିବେ ବୋଲି କହିଛନ୍ତି।

{"id":417908,"sizeSlug":"large","linkDestination":"none"}

ପୋଡ ଟ୍ୟାକ୍ସି ପ୍ରକଳ୍ପ ଲାଗି ପ୍ରତି କିଲୋମିଟର ଖର୍ଚ୍ଚ ଅନୁମାନ ପ୍ରାୟ ୫୦ରୁ ୬୦ କୋଟି ଟଙ୍କା ହେବ। ଏଣୁ ପୁରା ପ୍ରକଳ୍ପ ଲାଗି ୧,୨୫୦ରୁ ୧ହଜାର ୫୦୦ କୋଟି ଟଙ୍କାର ବ୍ୟୟ ପଡିବ।  ଯମୁନା ଏକ୍ସପ୍ରେସୱେ ଔଦ୍ୟୋଗିକ ବିକାଶ ପ୍ରାଧିକରଣ (ୱାଇଇଆଇଡିଏ) ଏହି ପ୍ରକଳ୍ପକୁ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ (ଡିଏମଆରସି) ଦ୍ୱାରା କରାଇବାକୁ ଯୋଜନା କରୁଛନ୍ତି।

{"id":417911,"sizeSlug":"large","linkDestination":"none"}

ଏଥିଲାଗି ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଉଥିବା ବେଳେ ବିସ୍ତୃତ ରିପୋର୍ଟ (ଡିପିଆର) ଖୁବ୍ ଶୀଘ୍ର ପ୍ରଦାନ କରାଯିବ ବୋଲି କୁହାଯାଇଛି। ଜେବରରେ କେବଳ ଅନ୍ତର୍ଜାତୀୟ ବିମାନ ବନ୍ଦର ନୁହେଁ ଫିଲ୍ମ ସିଟିର ମଧ୍ୟ ପରିକଳ୍ପନା ରହିଛି। ଏଣୁ ପୋଡ ଟ୍ୟାକ୍ସି ସେବା ଅଞ୍ଚଳରେ ଯୋଗାଯୋଗ ଲାଗି ବେଶ ସହାୟକ ସାବ୍ୟସ୍ତ ହେବ ବୋଲି ୱାଇଇଆଇଡିଏ  ସିଇଓ ଅରୁଣବୀର ସିଂହ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.