ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ମହମ୍ମଦ ମୁସ୍ତାକକୁ ଆଜି ଦଣ୍ଡ ଶୁଣାଣି
19/09/2019 at 9:51 AM

କଟକ ୧୯।୯: ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ମହମ୍ମଦ ମୁସ୍ତାକକୁ ଆଜି ଦଣ୍ଡାଦେଶ ହେବ । ଆଜି ଦଣ୍ଡାଦେଶ ଶୁଣାଇବେ ପକ୍ସୋ କୋର୍ଟ । ଦଫା ୩୦୨, ୩୭୬ ଓ ପକ୍ସୋ ଆକ୍ଟରେ ଦୋଷୀ ସାବ୍ୟସ୍ତ ହୋଇଛି ମହମ୍ମଦ ମୁସ୍ତାକ ।
ସୂଚନାଯୋଗ୍ୟ ଯେ, ୨୦୧୮ ମସିହା ଅପ୍ରେଲ ୨୧ତାରିଖରେ ଘଟିଥିଲା ଏହି ଘଟଣା । ସାଲେପୁର ରାଇସୁଙ୍ଗୁଡ଼ା ଗାଁର ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ । ସଂକଟାପନ୍ନ ଅବସ୍ଥାରେ ପୀଡ଼ିତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ଏସସିବିର ୧୩ ଜଣିଆ ଡାକ୍ତରୀ ଟିମ୍ ନାବାଳିକାଙ୍କ ଚିକିତ୍ସା କରିଥିଲେ । ୮ ଦିନର ସଂଘର୍ଷ ପରେ ୨୯ ଏପ୍ରିଲ ୨୦୧୮ ଅପରାହ୍ନ ୫ଟାରେ ଆଖିବୁଜି ଦେଇଥିଲେ ପୀଡ଼ିତା । ଏବେ ସେହି ଘଟଣାରେ ଗତକାଲି ରାୟ ପ୍ରକାଶ ପାଇଥିଲା ।