ପରୀ ମାମଲାରେ ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ ପକ୍ସୋ କୋର୍ଟ, ଜୁଭେନାଇଲ କୋର୍ଟକୁ ମାମଲା ହସ୍ତାନ୍ତର ପାଇଁ ନିର୍ଦ୍ଦେଶ

Published By : Prameya-News7 Bureau | January 05, 2021 IST

ନୟାଗଡ ୫।୧: ନୟାଗଡ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ ପକ୍ସୋ କୋର୍ଟ । ଜୁଭେନାଇଲ କୋର୍ଟକୁ ମାମଲା ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ମଙ୍ଗଳବାର ପକ୍ସୋ କୋର୍ଟରେ ଶୁଣାଣି ହୋଇଥିଲା । ଅଭିଯୁକ୍ତର ବୟସକୁ ନେଇ ଚାଲିଥିଲା ଶୁଣାଣି । ଆଜି ବି ଅଭିଯୁକ୍ତକୁ କୋର୍ଟରେ ହାଜର କରିଥିଲା ଏସଆଇଟି ।

ଅଭିଯୁକ୍ତ ନାବାଳକ ଥିବାରୁ ତାର ଶୁଣାଣି ଜୁଭେନାଇଲ କୋର୍ଟରେ କରିବାକୁ ଅଭିଯୁକ୍ତର ଓକିଲ କୋର୍ଟରେ ଆବେଦନ କରିଛନ୍ତି । ଏ ନେଇ ତାର ଜନ୍ମ ସାର୍ଟିଫିକେଟ୍ ଏବଂ ମାଟ୍ରିକ୍ ସାର୍ଟିଫିକେଟ୍ କୋର୍ଟରେ ଦାଖଲ କରିଥିଲେ ଅଭିଯୁକ୍ତର ଓକିଲ ।

ସେପଟେ ପରୀ ପ୍ରସଙ୍ଗରେ ଆଜିଠୁ ପୁଣି ବିଜେପି କରିଛି ପଦଯାତ୍ରା । ଆଜିଠୁ ଜାନୁଆରୀ ୧୨ ତାରିଖ ଯାଏଁ ସାରା ଓଡିଶାରେ ୧୦ହଜାର ସ୍ଥାନରେ ଗ୍ରାମ ଦେବତୀଙ୍କ ପାଖରେ ପୂଜାର୍ଚ୍ଚନା କରି ପଦଯାତ୍ରା କରିଛି ବିଜେପି । ପ୍ରସିଦ୍ଧ ଦେବୀ ପୀଠଗୁଡିକରେ ବିଜେପି ପକ୍ଷରୁ ଦୀପ ଦାନ କରାଯିବ । ଆସନ୍ତା ୧୨ରୁ ୧୫ ତାରିଖ ଯାଏଁ ସବୁ ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ ହେବ । ଦୋଷୀଙ୍କୁ ଗିରଫ କରିବା ସହିତ ମାମଲାରେ CBI ତଦନ୍ତ ଦାବିରେ ଆନ୍ଦୋଳନ କରିବ ବିଜେପି ମହିଳା ମୋର୍ଚ୍ଚା । ପରୀକୁ ନ୍ୟାୟ ଦେବା ଲାଗି ବିଜେପି ମହିଳା ମୋର୍ଚ୍ଚା ଆନ୍ଦୋଳନକୁ ତୀବ୍ର କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.