Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ପୋକ୍ସୋ କେସ୍‌ର ଅଭିଯୁକ୍ତ ନଦୀକୁ ଡେଇଁ କଲେ ଆତ୍ମହତ୍ୟା, ପୋଲିସ ଓ ସ୍ଵାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଛାଡି ଦେଇଗଲେ ନିର୍ଯ୍ୟାତନା ଦେଇଥିବା ଭିଡିଓ

26/08/2020 at 5:54 PM

ଶ୍ରୀନଗର ୨୬।୦୮: ଏକ ଭିଡିଓ କ୍ଲିପ୍‌ରେ ପୋକ୍ସୋ(ପ୍ରୋଟେକ୍ସନ ଅଫ ଚିଲଡ୍ରେନ ଫ୍ରମ ସେକ୍ସୁଆଲ ଅଫେନ୍ସ) ଆକ୍ଟର ଅଭିଯୁକ୍ତ ଅକ୍ଷୟ କୁମାର ପୋଲିସ, ସ୍ଵାସ୍ଥ୍ୟ ଅଧିକାରୀ ତାଙ୍କୁ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ କରିବା ପରେ ତାଓ୍ଵି ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାରେ ପୋଲିସ ଉଚ୍ଚସ୍ତରୀୟ ତଦନ୍ତ ଆଦେଶ ଦେଇଛନ୍ତି।

ଏକ ଭିଡିଓ ସଂପର୍କିତ ଘଟଣାକୁ ନେଇ ଜଣେ ନିରାଶ ଯୁବକ ତାଓ୍ଵି ନଦୀକୁ ଡେଇଁ ଆତ୍ମହତ୍ୟା କରିବା ଘଟଣା ଆମ ନଜରକୁ ଆସିଛି। ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ନେଇ ଆମେ ଦୁଃଖିତ। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆଦେଶ ଦିଆଯିବା ସହ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଛି ତାର ଯାଞ୍ଚ ପାଇଁ ସିଟି ନର୍ଥର ଏସପିଙ୍କ ନେତୃତ୍ଵରେ ଏକ ଟିମ୍ ଗଠନ କରାଯାଇଛି ବୋଲି ପୋଲିସର ମୁଖପାତ୍ର କହିଛନ୍ତି।

ମୁଖପାତ୍ର କହିଛନ୍ତି ଆଇପିସିର ଧାରା ସେକ୍ସନ ୩୦୯ ଆଧାରରେ ନଓ୍ଵାବାଦ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି। ପୋଲିସ ତଦନ୍ତ ଆରମ୍ଭ କରି ଦେଇଛି। ଆତ୍ମହତ୍ୟା କରିଥିବା ୨୫ ବର୍ଷୀୟ ଯୁବକ ବିରୋଧରେ ଆଇପିସିର ଧାରା ୩୭୬, ୫୧୧ ଓ ପୋକ୍ସୋ ଆକ୍ଟର ଧାରା ୭ ଆଧାରରେ ମାମଲା ରୁଜୁ ହୋଇଥିଲା। ମଙ୍ଗଳବାର ଅପରାହ୍ନରେ ଜାନିପୁର ପୋଲିସ, ସରକାରୀ ମେଡିକାଲ କର୍ତ୍ତୃପକ୍ଷ ଦ୍ଵାରା ନିର୍ଯ୍ୟାତନାର ଶିକାର ହୋଇଥିବା ଆରୋପ ଲଗାଇ ତୃତୀୟ ତାଓ୍ଵି ପୋଲରୁ ଡେଇଁ ଉକ୍ତ ଯୁବକ ଆତ୍ମହତ୍ୟା କରିଛନ୍ତି।

ପେଶାରେ ସେ ଜଣେ ବୈଦ୍ୟୁତିକ କର୍ମଚାରୀ ଥିଲେ। ସେ ନିଜକୁ ନିର୍ଦ୍ଦୋଷ ଦର୍ଶାଇବା ସହ କହିଥିଲେ ଯେ ମହିଳା ଏବଂ ତାଙ୍କ ଝିଅ ମୋ ଉପରେ ମିଥ୍ୟା ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ ଏବଂ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିଲେ।

ମୃତକଙ୍କ ସାଙ୍ଗ ଶାନ ଅହମ୍ମଦ କହିଛନ୍ତି ମଙ୍ଗଳବାର ଅପରାହ୍ନ ପ୍ରାୟ ୧ଟା ୪୫ରେ ତାଓ୍ଵ ନଦୀକୁ ଡେଇଁ ପଡିଥିଲା। ଏହା ପୂର୍ବରୁ ସେ ମୋ ପାଖକୁ ତା ଫୋନରୁ ଦୁଇଟି ଭିଡିଓ ପଠାଇଥିଲା। ଏଥିରେ ସେ ପୋଲିସ ଏବଂ ସ୍ଵାସ୍ଥ୍ୟ କର୍ତ୍ତୃପକ୍ଷ ଏବଂ ପୂଜା ମେହେର ନାମ ମହିଳା ତାଙ୍କ ଝିଅଙ୍କ ବିରୋଧରେ ଅଭିଯୋଗ କରିଥିଲା। ସେ କହିଥିଲା ଯେ ଜେଲ ପଠାଇବା ପୂର୍ବରୁ କୋଭିଡ୍ ପରୀକ୍ଷଣ କରାଇବା ପାଇଁ ସକାଳୁ ହିଁ ଜାନିପୁର ପୋଲିସ ଷ୍ଟେସନ ଦ୍ଵାରା ହଇରାଣ କରାଯାଉଥିଲା।

ଅଭିଯୁକ୍ତ ଯୁବକ ନିଜ ବାପାଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା କାରଣ ଦର୍ଶାଇ ମାନବିକତା ଆଧାରରେ ମାର୍ଚ୍ଚ ୧୩ରୁ ଅନ୍ତରୀଣ ଜାମିନରେ ଥିଲେ। ସୋମବାର ପ୍ରମୁଖ ସେସନ ନ୍ୟାୟାଧିଶ ସଞ୍ଜିବ ଗୁପ୍ତା ଅପରାଧର ଗମ୍ଭୀରତା ଓ ମାମଲାର ସ୍ଥିତିକୁ ଦେଖି ଜାମିନ ଅବଧି ବଢାଇବାକୁ ମନା କରି ଦେଇଥିଲେ।

ଜାମିନ ଅବଧି ବଢାଇବା ନାମଞ୍ଜୁର ହେବା ପରେ ଯୁବକଙ୍କୁ ଜେଲ୍‌ ଅଧିକାରୀଙ୍କଠାରେ ହାଜର  ହେବାକୁ କୁହାଯାଇଥିଲା। କୋଭିଡ୍ ଗାଇଡ୍‌ଲାଇନ୍‌ ଅନୁଯାୟୀ ଅଦାଲତଙ୍କ ଦ୍ଵାରା ନିର୍ଦ୍ଦେଶିତ ଜେଲ୍‌ ଅଧିକାରୀଙ୍କ ସମ୍ମୁଖରେ ହାଜର ହେବା ପୂର୍ବରୁ ଯୁବକଙ୍କୁ ପ୍ରଥମେ କୋଭିଡ୍ ପରୀକ୍ଷଣ କରାଇବାର ଥିଲା।

   Related Posts