Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ବିଜେପି କୃଷକ ସମ୍ମିଳନୀରେ ପକେଟ୍ ମାରକୁ କାବୁ କଲା ପୋଲିସ, ୧୦ ହଜାର ଜବତ ଓ ଜଣେ ଗିରଫ

26/12/2020 at 7:44 PM

ଢେଙ୍କାନାଳ ୨୬।୧୨: ବିଜେପି ପକ୍ଷରୁ କୃଷକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକ୍ରମରେ ମାତିଥିଲେ  ପକେଟମାର। ଆଉ ଏହି ପକେଟ ମାର ରାକେଟର ଜଣଙ୍କୁ  ଧରିବାରେ ସକ୍ଷମ ହୋଇଛି ଟାଉନଥାନା ପୋଲିସ।  ଏହି ପକେଟ ମାରକୁ ଗିରଫ କରିଛି ଟାଉନ ପୁଲିସ । ଗିରଫ ପକେଟମାର ଜଣଙ୍କ ଢେଙ୍କାନାଲ ସଦର ଥାନା ଅନ୍ତର୍ଗତ ପାମାଳ ଗ୍ରାମର ଗୌରାଙ୍ଗ ପଣ୍ଡା ବୋଲି ଜଣାପଡିଛି ।

ଗିରଫ ଗୌରାଙ୍ଗ ଠାରୁ  ପୁଲିସ ୧୦ହଜାର ତାଙ୍କ ଉଦ୍ଧାର କରିଛି । ତାକୁ ପଚରା ଉଚରା କରିବାରେ ତା  ସହିତ ଆହୁରି କିଛି ଯୁବକ ଏହି  ପକେଟମାରୁ ରାକେଟରେ ଥିବା ସୂଚନା ମିଳିଛି । ଗୌରାଙ୍ଗ ପଣ୍ଡା ଠାରୁ ଦଶ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଜବତ କରାଯାଇଛି। କୃଷକ ସମ୍ମିଳନୀ ପରେ ସ୍ଥାନୀୟ ସୌଦାମିନୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଜେପି କର୍ମୀମାନେ ଖାଉଥିବାର ସୁଯୋଗ ନେଇ ପକେଟମାର କରିଛନ୍ତି ।

ତେବେ ଅନୁଗୁଳ ଜିଲ୍ଲା ବିଜେପି  ସଭାପତି ପ୍ରତାପ ପ୍ରଧାନଙ୍କ ଠାରୁ ୩୫ ହଜାର ଓ ଭୁବନ ଅଂଚଳ ତଥା ଅନ୍ୟ କେତେକ ବିଜେପି କର୍ମୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ପକେଟ ମାର କରିଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି । ପୁଲିସ ଗିରଫ ପକେଟମାରକୁ ପଚରା ଉଚରା କରି ତଦନ୍ତ ଜାରିରଖିଛି । କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ଭୁବନ ବ୍ଲକରୁ ଆସିଥିବା କିଛି ଚାଷୀଙ୍କ ଠାରୁ ମଧ୍ୟ ମନିପର୍ସ ଓ ଟଙ୍କା ଏଟିଏମ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି। ଢେଙ୍କାନାଳ ଟାଉନଥାନା ପୋଲିସ ଏନେଇ ଜଣେ ପକେଟମାରୁକୁ କାବୁ କରିବା ସହିତ ଅଧିକ ଛାନଭିନ କରୁଛି।

   Related Posts