Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

PNB ଗ୍ରାହକ ଧ୍ୟାନ ଦଅନ୍ତୁ, ନେଟ୍ ବ୍ୟାଙ୍କିଙ୍ଗରେ ବାଧା ଯୋଗୁ ଟଙ୍କା ଟ୍ରାନ୍ସଫର ନେଇ ଜାଣନ୍ତୁ କ’ଣ କହିଛନ୍ତି ବ୍ୟାଙ୍କ

15/06/2021 at 6:08 PM

ନୂଆଦିଲ୍ଲୀ ୧୫।୬: ଯଦି ଆପଣ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ଙ୍କ ଗ୍ରାହକ ଆପଣଙ୍କ ଲାଗି ଜରୁରି ଖବର। ପିଏନବି ଅନଲାଇନ ବ୍ୟାଙ୍କିଙ୍ଗରେ ବାଧା ଉପୁଜିଛି। ଏଣୁ ଯେଉଁମାନେ ଏହି ସମୟରେ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ, ବ୍ୟାଙ୍କ ଆପ ଅଥବା ୟୁପିଆଇ ଉପଯୋଗ କରୁଛନ୍ତି ସେମାନେ ଟ୍ରାଞ୍ଜାକ୍ସନରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବୈଷୟକି ତ୍ରୁଟି ଯୋଗୁ ଉପୁଜିଥିବା ସମସ୍ୟା ନେଇ ବ୍ୟାଙ୍କ ତାଙ୍କ ଗ୍ରାହକମାନଙ୍କୁ  ସଚେତନ କରିଛନ୍ତି।

ଗ୍ରାହକ ସମସ୍ୟାର ସମ୍ମୁଖୀନ ହେବା ପରେ ନେ ଏ ନେଇ ଟ୍ୱିଟ୍‌ରେ ସୂଚିତ କରିଥିଲେ, ଯାହାର  ବ୍ୟାଙ୍କ ଜବାବ ମଧ୍ୟ ଦେଇଛନ୍ତି।   ଗ୍ରାହକଙ୍କୁ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି  ଦେଇଛନ୍ତି ବ୍ୟାଙ୍କ।  ଗ୍ରାହକ ଉପଲବ୍ଧ କରୁଥିବା ବିଭିନ୍ନ ଅନଲାଇନ ସେବା ଇଣ୍ଟରନେଟ୍‌ରେ ତ୍ରୁଟି ଯୋଗୁ ଉପୁଜିଛି। ଏଣୁ ସମସ୍ୟାର ସମାଧାନ ନିମନ୍ତେ ବ୍ୟାଙ୍କର ବୈଷୟିକ ଟିମ୍‌ ଏହା ଉପରେ କାମ କରୁଥିବା ସୂଚିତ କରିଛନ୍ତି।

ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ହୋଇଯାଇପାରେ ବୋଲି ବ୍ୟାଙ୍କ ଗ୍ରାହକଙ୍କୁ  ପ୍ରତିଶ୍ରୁତି ଦେଉଛନ୍ତି।  ଏହା ଛଡା ବ୍ୟାଙ୍କ କେତେକ ସୁବିଧା ଲାଗି ଫୋନରେ ଜରୁରି ସେବା ଆରମ୍ଭ କରିଛନ୍ତି। ଏଥିରେ ଗ୍ରାହକ ତାଙ୍କ ଆକାଉଣ୍ଟ ବାଲାନ୍ସ ଜାଣିବା ଲାଗି ମୋବାଇଲରେ ଟୋଲ ଫ୍ରି ନମ୍ବର ୧୮୦୦ ୧୮୦ ୨୨୨୩ ଅଥବା ୦୧୨୦-୨୩୦୩୦୯୦ ନମ୍ବରରେ ମିସ୍‌ କଲ କଲେ ବ୍ୟାଙ୍କ ଆକାଉଣ୍ଟ ବାଲାନ୍ସ ସୂଚିତ କରିଦେଉଛନ୍ତି। ଗ୍ରାହକଙ୍କୁ ଏସଏମଏସ ମାଧ୍ୟମରେ ଏହି ସୂଚନା ମିଳୁଛି।

   Related Posts