Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

କରୋନା ଓ ଆର୍ଥିକ ସଙ୍କଟ ମଧ୍ୟରେ ଶୀର୍ଷ ପ୍ରବନ୍ଧକଙ୍କ ପାଇଁ ୩ଟି ଅଡି କାର୍ କିଣିଛି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍

10/06/2020 at 3:56 PM

ନୂଆଦିଲ୍ଲୀ ୧୦/୦୬ : କରୋନା ମହାମାରୀ ଯୋଗୁଁ ଦେଶର ଅର୍ଥ ବ୍ୟବସ୍ଥା ସଙ୍କଟରେ ରହିଛି | ସେଥିପାଇଁ ଅନେକ କମ୍ପାନୀ କର୍ମଚାରୀଙ୍କ ଚଟେଇ କରିବା ସହ ଦରମା କାଟ ମଧ୍ୟ କରିଛି | ଏହିଭଳି ସ୍ଥିତିରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶ୍ରେଷ୍ଠ ପରିଚାଳକଙ୍କ ଯିବ ଆସିବା ପାଇଁ ୩ଟି ଅଡି କାର କିଣିଛି | ଏହିସବୁ କାରର ଆନୁମାନିକ ମୂଲ୍ୟ ୧.୩୪ କୋଟି ଟଙ୍କା | ସୂତ୍ର ଅନୁଯାୟୀ, ପିଏନବି ଗତ ମାସରେ ଏହିସବୁ କାରର ଡେଲିଭରି ନେଇଥିଲା | ବ୍ୟାଙ୍କର ପ୍ରବନ୍ଧ ନିର୍ଦେଶକ ଏବଂ ଅନ୍ୟ ଦୁଇ ବରିଷ୍ଠ ଅଧିକାରୀଙ୍କୁ ନେବା ଆଣିବା କରିବା ପାଇଁ ଏହାର ଉପଯୋଗ କରାଯିବ | ବ୍ୟାଙ୍କର ନିର୍ଦେଶକ ମଣ୍ଡଳୀଙ୍କ ମଞ୍ଜୁରୀ ପରେ କାର କିଣାଯାଇଛି | ବ୍ୟାଙ୍କର ଏହି ଖର୍ଚ୍ଚ ପାଇଁ ବାର୍ଷିକ ଅବନତି ପ୍ରାୟ ୨୦ ଲକ୍ଷ ଟଙ୍କା ହେବ |

ମହତ୍ଵପୁର୍ଣ କଥା ହେଲା, କେନ୍ଦ୍ର ସରକାର ଓ ଅନେକ କ୍ୟାବିନେଟ ସ୍ଥରର ମନ୍ତ୍ରୀ ଦେଶରେ ତିଆରି ହେଉଥିବା ମାରୁତି ସୁଜୁକି କାର ବ୍ୟବହାର କରନ୍ତି | ପିଏନବି କିଣିଥିବା ଅଡି କାରରୁ ମାରୁତି ସୁଜୁକି କାର ବହୁତ ଶସ୍ତା |

ଅପରପକ୍ଷରେ ନିରବ ମୋଦି ଓ ମେଁହୁକଂ ଚୋକସି ପିଏନବିର ୧୪ ହଜାର କୋଟି ଟଙ୍କା ଠକେଇ କରିଥିବା ସାର୍ବଜନିକ | ତେବେ ଏହି ଠକେଇର ପ୍ରଭାବ ବ୍ୟାଙ୍କ ଉପରେ କିଭଳି ପଡିଥିଲା ତାହା ମଧ୍ୟ ସମସ୍ତେ ଜାଣିଛନ୍ତି | ୨୦୧୯ ମସିହା ଅକ୍ଟୋବର-ଡିସେମ୍ବର ୩ ମାସରେ ବ୍ୟାଙ୍କକୁ ୫୦୧.୯୩ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି | କିନ୍ତୁ ୨୦୧୮ ମସିହା ଅକ୍ଟୋବର ରୁ ଡିସେମ୍ବର ୩ ମାସ ମଧ୍ୟରେ ବ୍ୟାଙ୍କକୁ ୨୪୯.୭୫ କୋଟି ଟଙ୍କା ଲାଭ ହୋଇଥିଲା | ସରକାରୀ ପ୍ରୋଟୋକଲ ହିସାବରେ ସାର୍ବଜନିକ କ୍ଷେତ୍ରର ପ୍ରବନ୍ଧ ନିର୍ଦେଶକଙ୍କ ପଦ କେନ୍ଦ୍ର ସରକାରର ଅତିରିକ୍ତ ସଚିବଙ୍କ ସହ ସମାନ | ଦେଶର ସବୁଠାରୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କର ଚେୟାରମ୍ୟାନ ମଧ୍ୟ ଯେତେବେଳେ ଦିଲ୍ଲୀରେ ଥାଆନ୍ତି ଟୋୟୋଟା କୋରୋଲା ବ୍ୟବହାର କରନ୍ତି | ପଦବୀରେ ତାଙ୍କୁ ରାଷ୍ଟ୍ରକୃତ ବ୍ୟାଙ୍କର ପ୍ରବନ୍ଧ ବୀର୍ଦ୍ଧେଶକଙ୍କ ଠାରୁ ଉଚ୍ଚ ସମ୍ମାନ ଦିଆଯାଏ |

କୋଭିଡ-୧୯ ସଙ୍କଟକୁ ଦୃଷ୍ଟିରେ ରଖି ଅର୍ଥ ମନ୍ତ୍ରାଳୟ ଗତ ସପ୍ତାହରେ ସମସ୍ତ ମନ୍ତ୍ରାଳୟ ଓ ବିଭାଗକୁ ଚଳିତ ଅର୍ଥ ବ୍ୟବସ୍ଥାରେ ଯେକୌଣସି ନୂଆ ଯୋଜନା ଆରମ୍ଭ ନ କରିବାକୁ ନିର୍ଦେଶ ଦେଇଥିଲେ | ଯେଉଁସବୁ ଯୋଜନାକୁ ପୂର୍ବରୁ ମଞ୍ଜୁରୀ ମିଳିଛି ସେସବୁ ୨୦୨୧ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ଦେଶ ଦେଇଛନ୍ତି | 

ସୂତ୍ର ଅନୁଯାୟୀ, ପ୍ରବନ୍ଧ ନିର୍ଦେଶ ଅନୁଯାୟୀ, ବ୍ୟାଙ୍କର ପରିଚାଳନା ଦେଖିବା ପାଇଁ ଆଉ ୪ କାର୍ଯ୍ୟକାରୀ ନିର୍ଦେଶକ ଅଛନ୍ତି | ଏହି କାର କ୍ରୟକୁ ନିୟମିତ ଭାବେ କାର ବଦଳାଇବା ଗତିବିଧି ବୋଲି କୁହାଯାଇଛି | ଏଥିପାଇଁ ଗତବର୍ଷ ଯେତିକି ବଜେଟ ମଂଜୁର ହୋଇଥିଲା ସେହି ଟଙ୍କାରେ କାର କିଣାଯାଇଥିଲା |

   Related Posts