ଗ୍ରାହାକଙ୍କୁ ଆଲର୍ଟ କଲା ପଞ୍ଜାବ ବ୍ୟାଙ୍କ, ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ ନଚେତ୍‌ ଆକାଉଣ୍ଟ ହୋଇଯିବ ଖାଲି

Published By : Prameya-News7 Bureau | February 21, 2021 IST

ନୂଆଦିଲ୍ଲୀ, ୨୧/୦୨: କରୋନା ସମୟରେ ଯେଉଁଭଳି ଭାବରେ ଡିଜିଟାଲ୍‌ ଟ୍ରାଞ୍ଜାକ୍ସନ୍‌ ବୃଦ୍ଧି ହୋଇ ଚାଲିଥିଲା ସେହିଭଳି ସାଇବର୍‌ ଫ୍ରଡ୍‌ ମାମଲା ମଧ୍ୟ ବଢ଼ି ଚାଲିଛି । ସାଇବର୍‌ ଅପରାଧୀ ଏହିପରି ହାଇଟେକ୍‌ ହୋଇଗଲେଣି ଯେ, ସେମାନେ ଦୂରରେ ରହି ମଧ୍ୟ ଆପଣଙ୍କ ଆକାଉଣ୍ଟକୁ ଖାଲି କରିଦେଇପାରନ୍ତି । ଏହି ଠକାମିକୁ ରୋକିବା ପାଇଁ ବ୍ୟାଙ୍କ୍ ନିଜ ଗ୍ରାହାକମାନଙ୍କୁ ମେସେଜ୍‌, ଇମେଲ୍‌, ଏବଂ ସୋସାଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ସଚେତନ କରାଉଛି । ସାଇବର୍‌ ଫ୍ରଡ୍‌ରୁ ବଞ୍ଚାଇବା ପାଇଁ ସମୟ ସମୟରେ ଗ୍ରାହାକଙ୍କୁ ଆଲର୍ଟ କରୁଛି । ଯଦି ଆପଣ ଜଣେ ପିଏନ୍‌ବି ବ୍ୟାଙ୍କର୍ ଗ୍ରାହାକ ତେବେ ଆପଣଙ୍କ ପାଇଁ ବ୍ୟଙ୍କ ତରଫରୁ ଏକ ଆଲର୍ଟ ଜାରି କରିଛି ।

ଦେଶର ଦ୍ୱିତୀୟ ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ପିଏନ୍‌ବି ଗ୍ରାହାକଙ୍କୁ ସାବଧାନ କରି ଟ୍ୱିଟ୍‌ରେ ଏକ ମେସେଜ୍‌ ଦେଇଛି । ଏଥିରେ ଲେଖା ଅଛି ଯେ, 'ତୁମକୁ ଠକିବା ପାଇଁ ହ୍ୟାକର୍ସମାନଙ୍କ ପାଖରେ ଅନେକ ବିକଳ୍ପ ଅଛି, ତେଣୁ ତୁମର ସୁରକ୍ଷା ପାଇଁ ଏହି ଜିନିଷଗୁଡ଼ିକୁ ବିଶେଷ ଧ୍ୟାନ ଦିଅନ୍ତୁ ଏବଂ ଠକାମିରୁ ଦୂରେଇ ରୁହନ୍ତୁ…

ଫିସିଙ୍ଗ୍‌ ଇମେଲ୍‌କୁ ନେଇ ଆଲର୍ଟ ହୁଅନ୍ତୁ

ମୋବାଇଲ୍‌ ପାଇଁ ଆଣ୍ଟି ଭାଇରସ୍‌ର ବ୍ୟବସ୍ଥା କରନ୍ତୁ

କୌଣସି ସାଇଟ୍‌ରେ କାର୍ଡର ସମ୍ପୂର୍ଣ୍ଣ ତଥ୍ୟ ସେଭ୍‌ କରନ୍ତୁ ନାହିଁ

ସୁରକ୍ଷିତ ନେଟ୍‌ୱାର୍କରେ ହିଁ ଆକାଉଣ୍ଟ ଆସେସ୍‌ କରନ୍ତୁ ଅନଲାଇନ୍‌ ଟ୍ରାଞ୍ଜାକ୍ସନ୍‌ ସମୟରେ ୱେବ୍‌ସାଇଟ୍‌ର ଶେଷ ଭାଗକୁ ଚେକ୍ କରନ୍ତୁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.