Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୭ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୪ କରୋନା ସଂକ୍ରମିତ, ୩୧୬୬୪୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମୁମ୍ବାଇ : ୨୬/୧୧ ମୁମ୍ବାଇ ଆକ୍ରମଣକୁ ପୁରିଲା ୧୨ବର୍ଷ
  • ||
  • କୋରାପୁଟ ଜିଲ୍ଲାରୁ ପୁଣି ଗଞ୍ଜେଇ ଜବତ : ଧରାପଡିଲା ୮୫ଲକ୍ଷ ଟଙ୍କାର ଗଞ୍ଜେଇ, ଅଭିଯୁକ୍ତ ଫେରାର
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||

କରୋନା ଲକଡାଉନ୍: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ, ସଂକ୍ରମଣରୁ ଗାଁକୁ ଦୂରେଇ ରଖିବାକୁ ପ୍ରାଥମିକତା

11/05/2020 at 5:07 PM

ନୂଆଦିଲ୍ଲୀ ୧୧।୫: ସାରା ଦେଶରେ ଏବେ କରୋନା ସଂକ୍ରମଣ ବଢିବଢି ଚାଲିଛି। ଏଥି ଯୋଗୁ ଦେଶକୁ ଲକଡାଉନ କରାଯାଇଥିବା ବେଳେ ସୋମବାର ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନସିଂରେ ଆଲୋଚନା କରିଛନ୍ତି। ତୃତୀୟ ପାଳି କରୋନା ଲକଡାଉନ୍ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ଏହା ପଞ୍ଚମ ବୈଠକ।

ବୈଠକରେ ଦେଶର କରୋନା ମୁକାବିଲାକୁ ନେଇ ପ୍ରଧାନମନ୍ତ୍ରୀ ଆଶ୍ୱସ୍ତ ହୋଇଛନ୍ତି। ଏଥିରେ ରାଜ୍ୟ ସରକାରମାନଙ୍କ ଯୋଗଦାନକୁ ଉଲ୍ଲେଖନୀୟ କହିଛନ୍ତି। ତେବେ ସନ୍ତୁଳିତ ରଣନୀତି ସହ ଏବେ ଆମକୁ ଆଗକୁ ବଢିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିବା ବେଳେ ରାଜ୍ୟମାନଙ୍କ ପରାମର୍ଶ ଅନୁସାରେ ଏବେ କେନ୍ଦ୍ରର ଗାଇଡଲାଇନ ପ୍ରସ୍ତୁତ ହେବ ବୋଲି କହିଛନ୍ତି।

ଲୋକଙ୍କ ଭିତରେ ୨ ଗଜ ଦୂରତା ହଟିଲେ କରୋନା ବ୍ୟାପିବା ନିଶ୍ଚିତ । ଏଣୁ  ଏବେ ଜିଏ ଯେଉଁଠି ଅଛ ସେଠାରେ ରହିବାକୁ ଚେଷ୍ଟା କର ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଦେଶକୁ ଲକଡାଉନ କରାଇବାରେ ସମସ୍ତଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ , ତେବେ ଏଥର ଆମକୁ କିଛି ନିଷ୍ପତ୍ତିରେ ପରିବର୍ତ୍ତନ କରିବା ଦରକାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ବର୍ତ୍ତମାନ ସମୟରେ କରୋନା କିପରି ଗାଁକୁ ନ ପହଞ୍ଚେ ତାହା ବର୍ତ୍ତମାନ ସମୟର ସବୁଟୁ ବଡ ଆହ୍ୱାନ। ଏଣୁ ଆମ ସମସ୍ତଙ୍କୁ ଏବେ ଗାଁକୁ ଜଗିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

   Related Posts