ନୂଆବର୍ଷରେ ପ୍ରଧାନମନ୍ତ୍ରୀଙ୍କ କାଉନସିଲ ଅଫ ମିନିଷ୍ଟର୍ସ ମିଟିଂ, କେନ୍ଦ୍ରମନ୍ତ୍ରୀଙ୍କୁ 'ହୋମୱାର୍କ' ଶିଖାଇବେ ମୋଦି

Published By : Prameya-News7 Bureau | January 01, 2020 IST

ନୂଆଦିଲ୍ଲୀ ୧।୧:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁୟାରୀ ୩ ତାରିଖରେ କାଉନସିଲ ଅଫ ମିନିଷ୍ଟର୍ସ ବୈଠକ ଆହ୍ୱାନ କରିଛନ୍ତି। ଏହି ଦୁଇ ଦିବସୀୟ ବୈଠକରେ କିଛି ମନ୍ତ୍ରାଳୟଙ୍କ ପ୍ରେଜେଣ୍ଟେସନ ହେବ। କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ସରକାରଙ୍କ ନୀତି ନିର୍ଦ୍ଧାରଣ ଲାଗି ଗ୍ରୁପ ଅଫ ସେକ୍ରେଟାରିଜ୍ ଗଠନ କରିଥିଲେ। ବୈଠକରେ ମନ୍ତ୍ରାଳୟଙ୍କ ସଚିବମାନେ ଆଗାମୀ ୫ ବର୍ଷ ଲାଗି ସେମାନଙ୍କ ମନ୍ତ୍ରାଳୟର ଯୋଜନାକୁ ନେଇ ପ୍ରେଜେଣ୍ଟେସନ ଦେବେ।

ମୋଦି ୨୦୨୪ ସୁଦ୍ଧା ଧାର୍ଯ୍ୟ ଲକ୍ଷ ହାସଲ ଲାଗି ନିଷ୍ପତ୍ତି ନେଇଛନ୍ତି। ଏଣୁ ଆଗାମୀ ସାଢେ ୪ ବର୍ଷ ପର୍ଯ୍ୟନ୍ତ ମନ୍ତ୍ରୀମାନଙ୍କ ହୋମୱାର୍କ କିପରି ହେବା ଆବଶ୍ୟକ ସେ ନେଇ ସେମାନଙ୍କୁ ଅବଗତ କରାଇବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଉଛି। ମନ୍ତ୍ରୀ ପରିଷଦ ବୈଠକ ମୋଦିଙ୍କର ନୂଆ କାର୍ଯ୍ୟକ୍ରମ ନୁହେଁ ଅତୀତରେ ଗତ ଡିସେମ୍ବର ୨୧ ତାରିଖ ଦିନ ମଧ୍ୟ ଉଚ୍ଚପ୍ରାଥମିକତା ଯୋଜନା ସମୀକ୍ଷା ଲାଗି କାଉନସିଲ  ଅଫ ମିନିଷ୍ଟର୍ସ ବୈଠକ ହୋଇଥିଲା।

ଚାଣକ୍ୟପୁରୀସ୍ଥିତ ପ୍ରବାସୀ ଭାରତୀୟ କେନ୍ଦ୍ରରେ ୫୬ଟି ମନ୍ତ୍ରାଳୟର ମାରାଥନ ସମୀକ୍ଷା ହୋଇଥିଲା। ଏଥିଲାଗି ସକାଳ ୧୦ଟାରୁ ବୈଠକ ଆରମ୍ଭ କରାଯାଇଥିବା ବେଳେ ସନ୍ଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ଚାଲିଥିଲା। ତେବେ ଆଗାମୀ ମନ୍ତ୍ରୀ ପରିଷଦ ବୈଠକର ରୂପରେଖ ନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ହେଁ ୩ ଜାନୁୟାରୀ ସନ୍ଧ୍ୟା ୬ଟାରୁ ରାତି ସାଢେ ୯ଟା ପର୍ଯ୍ୟନ୍ତ ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ ପରଦିନ ଅର୍ଥାନ ୪ ଜାନୁୟାରୀ ପୂର୍ବାହ୍ନରୁ ଆରମ୍ଭ ହୋଇ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.