Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ହାଇକୋର୍ଟଙ୍କୁ PMOଙ୍କ ଜବାବ, ସରକାରୀ ନୁହେଁ ‘ପିଏମ କେୟାର୍ସ’

23/09/2021 at 7:39 PM

ନୂଆଦିଲ୍ଲୀ ୨୩।୯:  ପିଏମ କେୟାର ଫଣ୍ଡ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ୍‌ର ଉତ୍ତର ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଓ ଜରୁରିକାଳୀନ ସହାୟତା ପାଣ୍ଠି ‘ ପିଏମ କେୟାର୍ସ’ ଭାରତ ସରକାରଙ୍କ ପାଣ୍ଠି ନୁହେଁ କି ଏହା ଦ୍ୱାରା ଏକତ୍ର ହେଉଥିବା ଧନ ଭାରତର ଏକଭୂତ ପାଣ୍ଠିକୁ ଯାଏନି। ଟ୍ରଷ୍ଟ ସ୍ୱଚ୍ଛତାର ସହ କାମ କରୁଛି ଓ ଭାରତ ସରକାରଙ୍କ କମ୍ପଟ୍ରୋଲର ଏବଂ ଅଡିଟର ଜେନେରାଲଙ୍କ ଦ୍ୱାରା ପ୍ରସ୍ତୁତ ପାନେଲର ଚାର୍ଟାଡ ଆକାଉଣ୍ଟାଣ୍ଟ ଏହାର ଅଡିଟ୍ କରନ୍ତି।

ପିଏମ କେୟାର୍ସରେ ହନରାରି କାର୍ଯ୍ୟକରୁଥିବା ପିଏମଓଙ୍କ ଅଣ୍ଡରସେକ୍ରେଟାରୀ ଦିଲ୍ଲୀ ହାଇକୋର୍ଟଙ୍କ ମୁଖ୍ୟା ବିଚାରପତି ଜଷ୍ଟିସ୍ ଡି.ଏନ.ପଟେଲ ଓ ଜଷ୍ଟିସ୍ ଅମିତ ବଂଶଲଙ୍କ ପୀଠରେ ଏହି ଆଫିଡେଭିଟ ଦାଖଲ କରିଛନ୍ତି। ସମ୍ୟକ ଗଙ୍ଗୱଲାଙ୍କ ପିଟିସନ ଆଧାରରେ ହାଇକୋର୍ଟଙ୍କ ଦ୍ୱାରା ଜାରି ନୋଟିସ୍‌ର ଏହି ଜବାବ ଦିଆଯାଇଛି। ଦିଲ୍ଲୀ ହାଇକୋର୍ଟରେ ଗଙ୍ଗୱାଲ ଦାଖଲ କରିଥିବା ପିଟିସନରେ ପିଏମ କେୟାର୍ସ ସମ୍ବିଧାନ ଅନୁଯାୟୀ ‘ସରକାରୀ’ ଘୋଷଣା  ଲାଗି ନିବେଦନ କରାଯାଇଛି, ଯାହା ଦ୍ୱାରା ଏହାର କାର୍ଯ୍ୟପ୍ରଣାଳୀର ପାରଦର୍ଶିତା ରହିପାରିବ ବୋଲି ସେ ନିବେଦନରେ ଅନୁରୋଧ କରିଛନ୍ତି। ମାମଲାର ପରବର୍ତ୍ତି ଶୁଣାଣି ସେପ୍ଟେମ୍ବର ୨୭ରେ ହେବ। 

ପିଏମଓଙ୍କ ଅଣ୍ଡରସେକ୍ରେଟାରୀ ପ୍ରଦୀପ କୁମାର ଶ୍ରୀବାସ୍ତବଙ୍କ ଦ୍ୱାରା ଦାଖଲ ଆଫିଡେଭିଡେଭିଟ୍‌ରେ ପାଣ୍ଠିର ପାରଦର୍ଶିତା ସୁନିଶ୍ଚିତ କରିବା ଲାଗି ଟ୍ରଷ୍ଟକୁ ମିଳୁଥିବା ଧନର ଉପଯୋଗ ବିବରଣୀ ଅଡିଟ କରି ଏହାର ଅଧିକାରୀକ ୱେବ୍‌ ସାଇଟ୍‌ରେ ଅପଲୋଡ କରିଦିଆଯାଉଥିବା ସୂଚିତ କରିଛନ୍ତି। ସେ କହିଛନ୍ତି ଯେ ଆବେଦନକାରୀ ଜନକଲ୍ୟାଣ ଲାଗି କାର୍ଯ୍ୟ କରୁଥିବାର ଦାବି କରୁଛନ୍ତି ଓ ସେ କେବଳ ପାରଦର୍ଶିତା ଲାଗି ଏପରି ନିବେଦନ କରିଛନ୍ତି। ଏଣୁ ପିଏମ କେୟାର୍ସ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୨ ଅନୁସାରେ ସରକାରୀ କି ନା ଏହାର କୌଣସି ଫରକ ପଡେନି ବୋଲି କହିଛନ୍ତି।

ସେହିପରି ସୂଚନା ଅଧିକାର ଅଧିନିୟମ (ଆରଟିଆଇ)ଙ୍କ ପରିଭାଷିତ ପ୍ରାବଧାନ ଅନୁସାରେ ସାର୍ବଜନିକ ପ୍ରାଧିକରଣ ହୋଇଥିଲେ ବି ତୃତୀୟପକ୍ଷଙ୍କୁ ଏହାର ସୂଚନା ସାର୍ବଜନିକ କରିବାକୁ ଅଧିକାର ଦିଏନି ବୋଲି ଉଲ୍ଲେଖ କରିଛନ୍ତି। ସେହି କହିଛନ୍ତି ଯେ ଟ୍ରଷ୍ଟକୁ ଅନଲାଇନ ଦେୟ, ଚେକ୍ ଅଥବା ଡିମାଣ୍ଡ ଡ୍ରାଫ୍ଟରେ ଧନ ପ୍ରାପ୍ତ ହୋଇଥାଏ ଓ ପ୍ରାପ୍ତ ରାଶିର ଅଡିଟ କରାଯାଇ ଏହାର ରିପୋର୍ଟ ଓ ବ୍ୟୟ ୱେବସାଇଟ୍‌ରେ ଦେଖାଯାଇଥାଏ।

ଏହି ଟ୍ରଷ୍ଟ ଅନ୍ୟ  ଚାରିଟେବଲ ଟ୍ରଷ୍ଟ ଭଳି ବୃହତ୍ତ ସାର୍ବଜନିକ ହୀତରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ଲୋକ କଲ୍ୟାଣ ସିଦ୍ଧାନ୍ତରେ କାର୍ଯ୍ୟ କରୁଛି। ଏଣୁ ପାରଦର୍ଶିତା ସୁନିଶ୍ଚିତ କରିବା ଲାଗି ନିଜର ସମସ୍ତ ପ୍ରସ୍ତାବକୁ ନିଜର ୱେବସାଇଟରେ ଅପଲୋଡ କରିବାରେ କୌଣସି ଆପତ୍ତି ମଧ୍ୟ କରେ ନାହିଁ। ତେବେ ଟ୍ରଷ୍ଟର ପାଣ୍ଠି ଭାରତ ସରକାରଙ୍କ ପାଣ୍ଠି ନୁହେଁ କି ଏହାର ଧନ ଭାରତର ସଞ୍ଚିତ ପାଣ୍ଠିକୁ ଯାଏ ନାହିଁ ସତ୍ୟପାଠରେ ଦୋହରା ଯାଇଛି।

ଅଧିକାରୀ ଉଲ୍ଲେଖ କରିଛନ୍ତି ଯେ ପିଏମ କେୟାର୍ସରେ ସେ ହନରାରିୟମ କାର୍ଯ୍ୟ କରୁଛନ୍ତି, ଯାହାକି ଏକ ଚାରିଟେବଲ ଟ୍ରଷ୍ଟ ଓ ସମ୍ବିଧାନ ଅଥବା ସଂସଦ କିମ୍ବା କୌଣସି ରାଜ୍ୟର ବିଧାନସଭାଙ୍କ ଆଇନରେ ଏହା ସ୍ଥାପିତ ହୋଇ ନାହିଁ। ଯଦିଓ ସେ ଭାରତ ସରକାରଙ୍କର ଜଣେ କର୍ମଚାରୀ ତଥାପି ହନରାରିୟମରେ କାର୍ଯ୍ୟ କରିବା ଲାଗି ତାଙ୍କୁ ଅନୁମତି ଦିଆଯାଇଛି ବୋଲି  ସେ ଉଲ୍ଲେଖ କରିଛନ୍ତି।

ଆବେଦନରେ ସମ୍ୟକ ଗଙ୍ଗୱାଲ କହିଛନ୍ତି ଯେ ପିଏମ କେୟାର୍ସ ‘ସରକାରୀ’। କାରଣ ୨୭ ମାର୍ଚ୍ଚ ୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ କୋଭିଡ-୧୯କୁ ଦୃଷ୍ଟିରେ ରଖି ସେ ନିଜେ ଏହାର ସ୍ଥାପନା କରିଥିଲେ। ନାଗରିକଙ୍କ ସହାୟତା ନିମନ୍ତେ ଏହାର ସ୍ଥାପନା ହୋଇଥିଲା। ତାଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ ସମ୍ବିଧାନ ଅନୁସାରେ ଯଦି ଏହା ସରକାରୀ ନୁହେଁ ବୋଲି ଜଣାପଡେ ତେବେ ଡୋମେନ ନାମରେ ଏହା ଉପଯୋଗ କରୁଥିବା  ଜି ଓ ଭି ଶବ୍ଦ,ପ୍ରଧାନମନ୍ତ୍ରୀଙ୍କ ଛବି ସମେତ ପ୍ରଦର୍ଶିତ  କରୁଥିବା ସରକାରୀ ପ୍ରତୀକ ଆଦିର ଉପଯୋଗରୁ ଏହାକୁ ରୋକିବାକୁ ହେବ।  ଏହା ଛଡା ଏହି ପାଣ୍ଠିର ଟ୍ରଷ୍ଟିଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ, ଗୃହମନ୍ତ୍ରୀ ଓ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ମଧ୍ୟ ଅଛନ୍ତି। ଏଥିରେ ଏହା ସରକାରୀ ନୁହେଁ ବୋଲି କିପରି ବୁଝାଯିବ ବୋଲି ପ୍ରଶ୍ନ କରିଛନ୍ତି।

   Related Posts