ପଲିଥିନ ପାଉଚ୍ ରେ ଦୁଗ୍ଧ ପ୍ୟାକିଙ୍ଗକୁ ନେଇ କଡା ହେଲେ ପିଏମଓ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ

Published By : Prameya-News7 Bureau | November 02, 2019 IST

ନୂଆଦିଲ୍ଲୀ:  ପଲିଥିନ ପାଉଚ୍ ରେ ଦୁଗ୍ଧ ପ୍ୟାକିଙ୍ଗକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କଠୋର ନୀତି ଅବଲମ୍ବନ କରିଛନ୍ତି। ଏଭଳି ପ୍ୟାକେଟରେ ଖୀର ପ୍ୟାକେଜିଂ ନ କରିବା ଲାଗି ପିଏମଓଙ୍କ ପକ୍ଷରୁ ସମସ୍ତ କେନ୍ଦ୍ର ଶାସିତ ରାଜ୍ୟଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ଏଭଳି ପ୍ୟାକେଜିଂ କରୁଥିବା ଡାୟରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

{"id":178276,"width":582,"height":381}

ଗତ ଅକ୍ଟୋବର ୨ ତାରିଖରୁ ସାରା ଦେଶରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍ ଉପରେ ସରକାର କଟକଣା ଲାଗୁ କରିଛନ୍ତି। ତେବେ ଦେଶର ବିଭିନ୍ନ ଡାୟେରୀ କମ୍ପାନୀମାନେ ଦୈନିକ ବଜାରକୁ ଛାଡୁଥିବା ଖୀର ପ୍ୟାକେଟର ଜରି ସଡିଲୱେଷ୍ଟ ବୃଦ୍ଧି କରୁଥିବା ନେଇ ଚଣ୍ଡିଗଡର ଏକ ଆସୋସିଏସନ ପିଏମଓଙ୍କ କାର୍ଯ୍ୟାଳୟକୁ ପତ୍ର ଲେଖିଥିଲେ। ଏଥିରେ ସଂଘ ପ୍ରତ୍ୟେକ ଦିନ ଲକ୍ଷଲକ୍ଷ ମିଲ୍କ ପ୍ୟାକେଟ୍ ପାଉଚ୍ ସଲିଡୱେଷ୍ଟ ବୃଦ୍ଧିର କାରଣ ପାଲଟୁଥିବା ଅଭିଯୋଗ କରିଥିଲେ।

{"id":178277,"width":582,"height":469}

ଆସୋସିଏସନ ଏଭଳି ମିଲ୍କ ପ୍ଲାଣ୍ଟମାନେ ହିଁ ଗାରବେଜ ଜେନେରେଟର ବୋଲି ଅଭିଯୋଗ କରିଥିବା ବେଳେ ସେହିମାନଙ୍କୁ ଏହି ଗାରବେଜର ମ୍ୟାନେଜକରିବାକୁ ନିର୍ଦ୍ଦେଶ ଦେବା ନିମନ୍ତେ ଅନୁରୋଧ କରିଥିଲେ। ଏଭଳି ଦୁଗ୍ଧକୁ କାଚ ବୋତଲ ପ୍ୟାରେ ଯୋଗାଇ ଦେବାକୁ ଦାବି କରାଯାଇଥିବା ବେଳେ ଯ ପର୍ଯ୍ୟନ୍ତ ବ୍ୟବସ୍ଥା ନ ହୋଇଛି ସେ ପର୍ଯ୍ୟନ୍ତ  ଟ୍ରେଟ୍ରା ପ୍ୟାକ୍ ରେ ଦୁଗ୍ଧ ଯୋଗାଇ ଦେବାକୁ ନିବେଦନ କରାଯାଇଛି। ନଚେତ ମଦର ଡାୟେରୀ ଭଳି ବିଭିନ୍ନ ଅଞ୍ଚଳରେ ଏନିଟାଇମ୍ ମିଲ୍କ ମେସିନ ମଧ୍ୟାମରେ ଦୁଗ୍ଧ ଯୋଗାଇ ଦେବାକୁ ଦାବି ହେଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.