ମୁଣ୍ଡ ଟେକୁଛି କରୋନା ! ପିଏମଓ ଡକାଇଲେ ଜରୁରୀକାଳୀନ ବୈଠକ, ଚିନ୍ତାର କାରଣ ପାଲଟିଛି ଏହି ରାଜ୍ୟ

Published By : Prameya-News7 Bureau | February 23, 2021 IST

ନୂଆଦିଲ୍ଲୀ ୨୩।୦୨: ଦେଶରେ ଏମିତି ସମୟ ଆସିଥିଲା ଲାଗୁଥିଲା କରୋନା ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ଯାଇଛି। ହେଲେ କିଛି ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ବଢିବାରେ ଲାଗିଛି। ସ୍ଥିତିକୁ ଦେଖି ପିଏମଓ ଜରୁରୀକାଳୀନ ବୈଠକ ଡକାଇଛି।

ସ୍ଵାସ୍ଥ୍ୟ ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏମିତିରେ ଦେଶରେ ସକ୍ରିୟ କେସ୍ ସଂଖ୍ୟା ଏକ ଲକ୍ଷ ୫୦ ହଜାର ତଳେ ରହିଛି। ମାତ୍ର କେରଳ, ମହାରାଷ୍ଟ୍ର ଓ ପଞ୍ଜାବ ପରି କିଛି ରାଜ୍ୟରେ କରୋନା ମାମଲା ବଢିବା ଚିନ୍ତାର ବିଷୟ। ଏହି ରାଜ୍ୟଗୁଡିକରେ ପ୍ରତିଦିନ କରୋନା ମାମଲା ବଢିବାରେ ଲାଗିଛି। ଏକାକୀ କେରଳରେ ହିଁ ଦେଶର ୩୮ ପ୍ରତିଶତ ସକ୍ରିୟ କରୋନା ମାମଲା ରହିଥିବା ବେଳେ ମହାରାଷ୍ଟ୍ରରେ ୩୭ ପ୍ରତିଶତ ଆକ୍ଟିଭ୍ କେସ୍ ରହିଛି।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଏ ପର୍ଯ୍ୟନ୍ତ ଦେଶରେ ୨୧ କୋଟିରୁ ଅଧିକ ଲୋକଙ୍କ କରୋନା ଟେଷ୍ଟ ହୋଇ ସାରିଛି। ପୂରା ଦେଶରେ କରୋନା ମୋଟାମୋଟି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଛି। କେବଳ କିଛି ରାଜ୍ୟରେ କରୋନା ମାମଲା ଅଚାନକ ବଢିଛି। ଏବେ ପ୍ରତିଦିନ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୦ରୁ ତଳେ ରହିଛି। ଅଦ୍ୟାବଧି ୧ କୋଟି ୧୭ ଲକ୍ଷ ୫୪ ହଜାର ୭୮୮ ଲୋକଙ୍କ ଟିକାକରଣ ହୋଇ ସାରିଥିବା ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.