ସରକାରୀ ଯୋଜନାରେ ମିଳୁଛି ୧୦ଲକ୍ଷ ଟଙ୍କାର ଲୋନ୍‌, ଜାଣନ୍ତୁ ଏହି ତାଲିକାରେ ଆପଣ ଅଛନ୍ତି କି ସାମିଲ୍ ?

Published By : Prameya-News7 Bureau | August 25, 2020 IST

ନୂଆଦିଲ୍ଲୀ, ୨୪|୦୮: କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଯେକୌଣସି ବ୍ୟକ୍ତି ସହଜରେ ବ୍ୟବସାୟ ଆରମ୍ଭ କରିପାରିବେ । ସରକାର ଏହି ଯୋଜନାରେ ବ୍ୟକ୍ତିଙ୍କୁ ବ୍ୟବସାୟ ପାଇଁ ଲୋନ୍ ଦେବେ । ଏହି ଯୋଜନାରେ ୧୦ ଲକ୍ଷ ଟଙ୍କା ଯାଏଁ ଲୋନ୍ ମିଳୁଛି । ସବୁଠାରୁ ବଡ କଥା ହେଉଛି, ଲୋନ୍ ପାଇଁ ଆବେଦନ କରିବାର ୭ରୁ ୧୦ ଦିନ ମଧ୍ୟରେ ଲୋନ୍ ରାଶି ମିଳିଯିବ । ୨୦୧୫ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ସରକାର ୨୦୨୦-୨୧ ବର୍ଷ ପାଇଁ ଅଗଷ୍ଟ ୧୪ ସୁଦ୍ଧା ୪୮୧୪୫.୨୭ କୋଟି ଜାରି ସାରିଛନ୍ତି ।

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ସମ୍ପୂର୍ଣ୍ଣ ନାଁ ହେଉଛି ମାଇକ୍ରୋ ୟୁନିଟ୍ ଡେଭଲପମେଣ୍ଟ ରିଫାଇନାନ୍ସ ଏଜେନ୍ସି । ଏହି ଯୋଜନାରେ ଅନେକ ଲୋକଙ୍କୁ ବିନା ଗ୍ୟାରେଣ୍ଟରରେ ଲୋନ୍ ମିଳିଥାଏ । ଏହାସହ କୌଣସି ପ୍ରକାର ପ୍ରୋସେସିଂ ଚାର୍ଜ ନିଆଯାଏ ନାହିଁ । ଲୋନ ନେଇଥିବା ବ୍ୟକ୍ତିଙ୍କୁ ଫେରସ୍ତ ପାଇଁ ୫ ବର୍ଷ ସମୟ ମିଳିଥାଏ । ମୁଦ୍ରା ଯୋଜନାରେ ତିନି ପ୍ରକାର ଲୋନ୍ ଉପଲବ୍ଧ ହୋଇଥାଏ ଶିଶୁ ମୁଦ୍ରା ଲୋନରେ ଜଣେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଲୋନ୍ ନେଇପାରିବ । ସେହିପରି କିଶୋର ମୁଦ୍ରା ଲୋନରେ ଯଦି ଆପଣଙ୍କ କୌଣସି ବ୍ୟବସାୟ ରହିଛି ତେବେ ୫ ଲକ୍ଷ ଟଙ୍କା ଯାଏଁ ଲୋନ୍ ନେଇପାରିବେ । ଏତତ୍ ବ୍ୟତୀତ ତରୁଣ ଲୋନରେ ୧୦ ଲକ୍ଷ ଟଙ୍କା ଲୋନ୍ ମିଳିଥାଏ ।

ସରକାରୀ ତଥ୍ୟ ଅନୁସାରେ, ଏବେସୁଦ୍ଧା ୨୫ କୋଟି ଲୋକଙ୍କୁ ଏହି ଲୋନ୍ ମିଳି ସାରିଛି । ସରକାର ୧୨ରୁ ୧୬ ପ୍ରତିଶତ ସୁଦ୍ଧରେ ବିଭିନ୍ନ ଲୋନ୍ ପ୍ରଦାନ କରୁଛନ୍ତି । ମୁଦ୍ରା ଯୋଜନା କୌଣସି କର୍ପୋରେଟ୍ ପାଇଁ ନୁହେଁ ବରଂ ଛୋଟ ସଂସ୍ଥା, ବ୍ୟବସାୟ ସ୍ଥାପନ କରିବାକୁ ଆରମ୍ଭ ହୋଇଛି । ଲୋନ୍ ନେବା ପାଇଁ ସର୍ତ୍ତ ହେଉଚି ଯେ, କୌଣସି ବ୍ୟକ୍ତିଙ୍କ ଆୟ ମାସିକ ୧୭ହଜାରରୁ ଅଧିକ ହେବା ଆବଶ୍ୟକ । ସେହିପରି କୌଣସି ବ୍ୟବସାୟ କରୁଥିଲେ ତାହା ୫ ବର୍ଷରୁ ଅଧିକ ପୁରୁଣା ହେବ ଦରକାର । ଯଦି କୌଣସି ବ୍ୟକ୍ତି କାରବାର ଆରମ୍ଭ କରିବା ପାଇଁ ଲୋନ୍ ନେଉଛନ୍ତି ତେବେ ସେ ଅତିକମରେ ପୂର୍ବରୁ ୨ ବର୍ଷ ଚାକିରୀ କରିଥିବା ଜରୁରୀ ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.