ଜେଲରେ ମାରିୟମଙ୍କୁ ସ୍ବତନ୍ତ୍ର ସୁବିଧା ଯୋଗାଇ ଦେବା ଲାଗି ଦାବି କଲେ ପିଏମଏଲ-ଏନ…

Published By : Prameya-News7 Bureau | October 01, 2019 IST

ଇସ୍ଲାମାବାଦ୧|୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ୍‌ ଓ ତାଙ୍କ ଝିଅ ତଥା ପାକିସ୍ତାନ ମୁସଲିମ ଲିଗ୍‌-ନଓ୍ବାଜ(ପିଏମଏଲ-ଏନ) ପାର୍ଟିର ଉପାଧ୍ୟକ୍ଷ ମାରିୟମ ନଓ୍ବାଜଙ୍କୁ ମନିଲଣ୍ଡ୍ରିଂ ଅଭିଯୋଗରେ ପୋଲିସ ଗିରଫ କରିଥିବାରୁ ସେମାନେ ଜେଲରେ ଅଛନ୍ତି । ମାରିୟମଙ୍କୁ ୧୪ ଦିନ ରିମାଣ୍ଡରେ ନେବା ଲାଗି ଜୁଡିସିଆଲ କୋର୍ଟ ଅନୁମତି ଦେଇଛନ୍ତି। ଜେଲରେ ମାରିୟମଙ୍କୁ ଆବଶ୍ୟକୀୟ ସୁବିଧା ଯୋଗାଇ ଦେବଲାଗି ଇମ୍ରାନ ଖାନଙ୍କ ସରକାର ସହ ପିଏମଏଲ-ଏନ ପାର୍ଟିର ନେତା ଆଲୋଚନା କରିଛନ୍ତି। ଗତ ବୁଧବାର ମାରିୟମଙ୍କୁ ୧୪ ଦିନ ରିମାଣ୍ଡରେ ନେବାଲାଗି ଅଦାଲତ ଅନୁମତି ଦେଇଥିଲେ।

ସୂଚନାଯୋଗ୍ୟ ଯେ, ପିଏମଏଲ-ଏନ ପାର୍ଟିର ମୁଖପାତ୍ର ମାରିୟମ ଔରଙ୍ଗବେଜ ଇମ୍ରାନ ଖାନଙ୍କ ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ମାରିୟମଙ୍କ କେବଳ ତାଙ୍କ ଦାଦା ମିୟାଁ ସରିଫଙ୍କ ପାଖରୁ ତାଙ୍କ ପାରିବାରିକ ସମ୍ପତ୍ତିର ଭାଗ ନେଇଛନ୍ତି। ଏଇଟା ହିଁ ମାରିୟମଙ୍କର ସବୁଠାରୁ ବଡ ଅପରାଧ । ତେବେ ଏହା  ତାଙ୍କର ଅଧିକାର ଭୁଲ ନୁହେଁ। ଜେଲରେ ବି କ୍ଲାସ ସୁବିଧା ମାରିୟମଙ୍କୁ ଯୋଗାଇ ଦିଆଯାଉ ​‌ବୋଲି ଔରଙ୍ଗବେଜ କହିଛନ୍ତି।

ରାଜନୈତିକ ଆକ୍ରୋଶରୁ ବିରୋଧୀଙ୍କ ଅଧିକାରକୁ ପାକିସ୍ତାନ ତହରିକ –ଏ-ଇନସାଫ୍(ପିଟିଆଇ) ସରକାର ଛଡ଼ାଇ ନେଉଛି। ରାଜନୈତିକ ବିରୋଧୀଙ୍କ ପ୍ରତି ପ୍ରତିଶୋଧ ପରାୟଣ ହୋଇ ଇମ୍ରାନ ଖାନଙ୍କ ସରକାର  ଏହଭଳି କରୁଥିବା କଥା ଔରଙ୍ଗବେଜ କହିଛନ୍ତି। ପିଏମଏଲ-ଏନ ନେତାଙ୍କ ରିମାଣ୍ଡ ଅବଧି ୧୫ ଦିନ ପାଇଁ ନ୍ୟାସନାଲ ଆକାଉଣ୍ଟିବିଲିଟି ବ୍ୟୁରୋ(ଏନଏବି) ଦାବି କରିଥିଲେ।

ଗତ ବୁଧବାର ଏନଏବି ତଦନ୍ତ ଅଧିକାରୀ ହାଫିଜ ଅସଦୁ୍ଲ୍ଲା ମାମାଲାର ଯାଞ୍ଚ କରିବା ଲାଗି ଅଦାଲତରେ ସମୟ ମାଗିଥିଲେ। ତଦନ୍ତ ଅଧିକାରୀଙ୍କ କହିବା ଅନୁସାରେ ପାରିବାରିକ ସମ୍ପତ୍ତିର ଭାଗବଣ୍ଟାର ସବୁ ଭିତରି ରହସ୍ୟର ପର୍ଦ୍ଦାଫାଶ ହୋଇଛି। ମାରିୟମଙ୍କ ବାପା ନଓ୍ବାଜ ସରିଫ୍‌, ମାଆ କୁଲସୁମ ନଓ୍ବାଜ, ଦାଦା ମିୟା ସରିଫ୍, ଭାଇ ହୁସେନ ନଓ୍ବାଜ ଓ ପରିବାର ଅନ୍ୟ ସଦସ୍ୟମାନେ କମ୍ପାନୀର ଡାଇରେକ୍ଟର ବୋର୍ଡର ସଦସ୍ୟ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.